ETV Bharat / city

ହୋଲିରେ କେନାଲରେ ବୁଡି ନିଖୋଜ ଯୁବକଙ୍କ ମିଳିଲା ମୃତଦେହ - dead body of youth

ମଙ୍ଗଳବାର ଠାରୁ ନିଖୋଜ ଥିବା ଯୁବକର ମୃତଦେହ ଆଜି ଉଦ୍ଧାର। ମୃତ ଯୁବକ ଜଣକ ଖୋର୍ଦ୍ଧାର ଅଭିଳାଷ ଦଳେଇ। ହୋଲି ଅବସରରେ ନାଳକୁ ଗାଧୋଇବାକୁ ଯାଇ ଯୁବକ ଜଣକ ନିଖୋଜ ଥିଲେ। ଅଧିକ ଖବର ପଢନ୍ତୁ...

drowning case
ହୋଲି ହେଲା କାଳ,ପାଣିରେ ନିଖୋଜ ଯୁବକର ମୃତଦେହ ଉଦ୍ଧାର
author img

By

Published : Mar 11, 2020, 7:05 PM IST

ସମ୍ବଲପୁର: ପାଣିରେ ବୁଡି ଯୁବକ ମୃତ। ମଙ୍ଗଳବାର ଠାରୁ ସମ୍ବଲପୁର ବାଉଁଶ ବୁଦା ଅଞ୍ଚଳରେ ଥିବା ନାଳରେ ବୁଡିଯାଇଥିବା ଯୁବକଙ୍କ ମୃତଦେହକୁ ଆଜି ଓଡ୍ରାଫ୍ଟ ଟିମ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଖୋର୍ଦ୍ଧାର ଅଭିଳାଷ ଦଳେଇ।

ହୋଲି ହେଲା କାଳ,ପାଣିରେ ନିଖୋଜ ଯୁବକର ମୃତଦେହ ଉଦ୍ଧାର

ଗତକାଲି ହୋଲି ଅବସରରେ କିଛି ଯୁବକ ଭୋଜି କରିବା ସହ ପାଖରେ ଥିବା ଏକ ନାଳକୁ ଗାଧୋଇବାକୁ ଯାଇଥିଲେ। ଗତକାଲି ଅପରାହ୍ନ 3 ଟା ସମୟରେ ଅଭିଳାଷ କେନାଲରେ ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ସଦର ଥାନାକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକ ଜଣଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କଲା ପରେ ମଧ୍ୟ ଯୁବକଙ୍କର କୌଣସି ଖୋଜଖବର ମିଳିନଥିଲା।

ପରବର୍ତ୍ତୀ ସମୟରେ ଝାରସୁଗୁଡ଼ା ସ୍ଥିତ ଓଡ୍ରାଫ ଟିମକୁ ଖବର ଦିଆଯାଇଥିଲା। ଏହା ପରେ ଆଜି ଓଡ୍ରାଫ୍ଟ ଟିମ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ବାପାଙ୍କ ନାମ ପତିତପାବନ ଦଳେଇ। ମୃତ ଯୁବକ ଜଣଙ୍କ ସ୍ଥାନୀୟ ଶାନ୍ତି ନଗରଠାରେ ଭଡାରେ ରହି ସେଲସ ଡ଼ିପାର୍ଟମେଣ୍ଟରେ କାମ କରୁଥିଲେ। ମୃତ ଅଭିଳାଷ ବାପାମାଙ୍କ ଗୋଟିଏ ପୁଅ ହୋଇଥିବା ଜଣାପଡିଛି। ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ବୁର୍ଲା ପଠାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.