ETV Bharat / city

ଅଗଷ୍ଟ ୧ରେ ସମ୍ବଲପୁରୀ ଦିନ୍‌, ସମ୍ବଲପୁରୀ ପୋଷାକ ପିନ୍ଧିବେ ସରକାରୀ କର୍ମଚାରୀ - ସମ୍ବଲପୁରୀ ପୋଷାକ ପିନ୍ଧିବେ ସମ୍ବଲପୁର କର୍ମଚାରୀ

୨୦୧୩ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି । ଏଥିପାଇଁ ଏହି ଦିନ ସମ୍ବଲପୁରରେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ଅଗଷ୍ଟ ୧ରେ ସମ୍ବଲପୁରୀ ଦିନ୍‌, ସମ୍ବଲପୁରୀ ପୋଷାକ ପିନ୍ଧିବେ ସରକାରୀ କର୍ମଚାରୀ

author img

By

Published : Jul 29, 2022, 7:42 AM IST

ସମ୍ବଲପୁର: ୨୦୧୩ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି । ଏଥିପାଇଁ ଏହି ଦିନ ସମ୍ବଲପୁରରେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସମ୍ବଲପୁରୀ କବି ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତି ଉଦ୍ଦେଶ୍ୟରେ "ସମ୍ବଲପୁରୀ ଦିନ" ପାଳନ କରାଯାଉଛି ।

ଅଗଷ୍ଟ ୧ରେ ସମ୍ବଲପୁରୀ ଦିନ୍‌, ସମ୍ବଲପୁରୀ ପୋଷାକ ପିନ୍ଧିବେ ସରକାରୀ କର୍ମଚାରୀ

ତେବେ ଚଳିତ ବର୍ଷ ସ୍ବର୍ଗତ ବହିଦାରଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ଏବଂ ତାଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରହିଛି । ଏନେଇ ସମ୍ବଲପୁର ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ୧ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପରିଧାନ କରିବାକୁ କୁହାଯାଇଛି । ଗୁରୁବାର ଜିଲ୍ଲାପାଳ ଅନନ୍ୟା ଦାସ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏକ ଚିଠି କରି ଏହି ସଂକ୍ରାନ୍ତରେ ସୂଚିତ କରିଛନ୍ତି । ସମ୍ବଲପୁରୀ ଭାଷା ସଂସ୍କୃତି ପ୍ରେମୀ ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସବୁ ସଭ୍ୟମାନେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ୱ।ଗତ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.