ETV Bharat / city

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି - ସମ୍ବଲପୁର ଜିଲ୍ଲାପାଳ ଓ ଏସପି

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସପି ବାତୁଲା ଗଙ୍ଗାଧରଙ୍କ ଅଚାନକ ଗସ୍ତ । ହସ୍ପିଟାଲରେ ହେଲ୍ପ ଡେସ୍କ, ରେଜିଷ୍ଟ୍ରେସନ କାଉଣ୍ଟରକୁ ଯାଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳଓ ଏସପି । ଅଧିକ ପଢନ୍ତୁ

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି

author img

By

Published : Oct 14, 2022, 10:21 AM IST

ସମ୍ବଲପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି । ଗତକାଲି (ଗୁରୁବାର) ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସପି ବି.ଗଙ୍ଗାଧର ହଠାତ ଦିନ ପ୍ରାୟ ୧୧ଟା ସମୟରେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ପ୍ରଥମେ ହେଲ୍ପ ଡେସ୍କ ଓ ରେଜିଷ୍ଟ୍ରେସନ କାଉଣ୍ଟରକୁ ଯାଇ ରୋଗୀଙ୍କୁ କିଭଳି ସେବା ଦିଆଯାଉଛି ସେନେଇ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡକୁ ଯାଇ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି

ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ରୋଗୀଙ୍କୁ ସମସ୍ତ ସୁବିଧା ମିଳୁଛି ନା ନାହିଁ, ଚିକିତ୍ସା ସେବା ପାଇଁ କେହି କିଛି ଅର୍ଥର ଦାବି କରୁଛି ନା ନାହିଁ, ଔଷଧ ମାଗଣାରେ ମିଳୁଛି ନା ନାହିଁ, ଏହା ସହ କୌଣସି ବ୍ୟକ୍ତି ରକ୍ତ ଯୋଗାଇ ଦେବା ନାଁରେ କିଛି ଅର୍ଥର ଦାବି କରୁଛି ନା ନାହିଁ ଏହି ଭଳି ଅନେକ ପ୍ରଶ୍ନ ରୋଗୀଙ୍କୁ ପଚାରିଥିଲେ ଜିଲ୍ଲାପାଳ ଓ ଏସପି ।

ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟର ସବୁ ୱାର୍ଡ ପରିଦର୍ଶନ କରିବା ସହ ରୋଗୀ ସେବା ବ୍ୟବସ୍ଥା ତଦାରଖ କରିଥିଲେ ଜିଲ୍ଲାପାଳ ଓ ଏସପି । ତେବେ ଆଗକୁ ନିୟମିତ ବ୍ୟବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରାଯିବ ବୋଲି ଏସପି କହିଛନ୍ତି । ଏହା ସହ ହସ୍ପିଟାଲରେ ଦଲାଲି କରାଯାଉଛି କି ନାହିଁ ସେନେଇ ଖବର ରଖିବାକୁ ଏସଡିପିଓ ଓ ସ୍ଥାନୀୟ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ ସିଟି ସ୍କାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଚିକିତ୍ସାଳୟକୁ ଅଚାନକ ଗସ୍ତ ନେଇ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଯେ, '' BSKY ଯୋଜନାରେ ରୋଗୀ ସୁବିଧା ପାଉଛନ୍ତି ନା ନାହିଁ, ଏହି ଯୋଜନାରେ ଉପଲବ୍ଧ ସୁବିଧା ରୋଗୀ ଜାଣିଛନ୍ତି ନା ନାହିଁ, ତାହା ତଦାରଖ କରିବା ସହ ରୋଗୀଙ୍କୁ ସମସ୍ତ ସୁବିଧା ସବିଷୟରେ ଜଣାଇବା ପାଇଁ ଏଠାକୁ ଆସିଥିଲୁ, ଏଥି ସହ ହସ୍ପିଟାଲରେ ରୋଗୀ ଚିକିତ୍ସା ସହ ସମସ୍ତ ସୁବିଧା ପାଉଛନ୍ତି ନା ନାହିଁ ତାହା ପଚାରି ବୁଝିଥିଲୁ'' ।

ଏନେଇ ସମ୍ବଲପୁର ଏସ ପି ବି.ଗଙ୍ଗାଧର କହିଛନ୍ତି ଯେ, ''ଏହା ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଠାରେ ରୋଗୀଙ୍କୁ ସମସ୍ତ ସୁବିଧା ମିଳୁଛି କି ନାହିଁ, ମେଡିସିନ କିମ୍ବା ରକ୍ତ ଭଣ୍ଡାରରେ ଦଲାଲ ମାନଙ୍କ ଛାପ ଅଛି ନା ନାହିଁ, କାଳେ ସେମାନେ ଲୋକଙ୍କୁ ହଇରାଣ କରୁଥିବେ, ଏହା ଚେକ କରିବାକୁ ଆମେ ଆଜି ହସ୍ପିଟାଲକୁ ଆସିଥିଲୁ ବୋଲି କହିଛନ୍ତି ଏସ ପି ବି.ଗଙ୍ଗାଧର ''।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.