ETV Bharat / city

ଭୀମ ଆର୍ମିର ବନ୍ଦ ଡାକରା, ଘଣ୍ଟାଏ ଅଟକିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

author img

By

Published : Feb 23, 2020, 9:33 AM IST

ଭୀମ ଆର୍ମିର ବନ୍ଦ ଡାକରାରେ ସମ୍ବଲପୁର ଠପ୍‌ ! ସକାଳୁ ସକାଳୁ ବନ୍ଦର ପ୍ରଭାବ ସହରରେ ଦେଖିବାକୁ ମିଳିଛି ।

sambalpur bandh
ସମ୍ବଲପୁରରେ ଭୀମ ଆର୍ମିର ବନ୍ଦ ଡାକରା, ଏକ ଘଣ୍ଟା ଅଟକିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ସମ୍ବଲପୁର: ଭୀମ ଆର୍ମିର ବନ୍ଦ ଡାକରାରେ ସମ୍ବଲପୁର ଠପ୍‌ ! ସକାଳୁ ସକାଳୁ ବନ୍ଦର ପ୍ରଭାବ ସହରରେ ଦେଖିବାକୁ ମିଳିଛି । ସରକାରୀ ଚାକିରିରେ ପଦୋନ୍ନତି ବ୍ୟବସ୍ଥାରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ ତଥା ସିଏଏ ଓ ଏନଆରସିକୁ ରଦ୍ଦ କରିବା ଦାବି ନେଇ ଆଜି ଭୀମ ଆର୍ମି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ତେବେ ବନ୍ଦକୁ ସଫଳ କରିବା ପାଇଁ ଭୀମ ଆର୍ମିର ସଦସ୍ୟ ମାନେ ସକାଳୁ କ୍ଷେତରାଜପୁର ରେଳଷ୍ଟେସନରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନକୁ ଅଟକାଇ ଥିଲେ । ଫଳରେ ଟ୍ରେନ ଏକ ଘଣ୍ଟା ବିଲମ୍ବରେ ଛାଡିଛି । ସେପଟେ ବନ୍ଦ ପ୍ରଭାବରେ ଆଜି ସହରରେ ଦୋକାନ, ବଜାର, ଗାଡି-ମୋଟର ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.