ETV Bharat / city

ହିଣ୍ଡାଲକୋ ଏଫଆରପି ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଜନଶୁଣାଣି - ସମ୍ବଲପୁର ଖବର

ହୀରାକୁଦ ସହରସ୍ଥିତ ହିଣ୍ଡାଲକୋ କମ୍ପାନୀ FRP ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଆଜି(ଗୁରୁବାର) ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ

ହିଣ୍ଡାଳକୋ ଏଫଆରପି ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଜନଶୁଣାଣୀ

author img

By

Published : Mar 9, 2022, 10:47 PM IST

ସମ୍ବଲପୁର : ଜିଲ୍ଲା ହୀରାକୁଦ ସହରସ୍ଥିତ ହିଣ୍ଡାଲକୋ କମ୍ପାନୀ FRP ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଆଜି(ଗୁରୁବାର) ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣିରେ କମ୍ପାନୀ କତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ଅଞ୍ଚଳର ପ୍ରଭାବିତ ଲୋକଙ୍କ ମଧ୍ୟରେ ପ୍ରକଳ୍ପ ସମ୍ପ୍ରସାରଣ ନେଇ ବିସ୍ତୃତ ଆଲୋଚନା ହୋଇଛି ।

ହିଣ୍ଡାଳକୋ ଏଫଆରପି ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଜନଶୁଣାଣୀ

ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସମ୍ବଲପୁର, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ ସମେତ କମ୍ପାନୀ କତ୍ତୃପକ୍ଷ ଉପସ୍ଥିତ ଥିଲେ । ତେବେ ଏଥିରେ କମ୍ପାନୀ ସମ୍ପ୍ରସାରଣ ସପକ୍ଷରେ ଅଧିକାଂଶ ସ୍ଥାନୀୟ ବାସିନ୍ଦା ମତାମତ ଦେଇଥିବାବେଳେ କମ୍ପାନୀ ସମ୍ପ୍ରସାରଣ ହେଲେ ଅଞ୍ଚଳର ଅଧିକ ବିକାଶ ହୋଇ ପାରିବ ବୋଲି ମତ ରଖିଥିଲେ । ଅନ୍ୟପଟେ ସମ୍ପ୍ରସାରଣ ହେଲେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ କିଛି ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ।

ଆଜିର ଜନଶୁଣାଣି ସମୟରେ ଜନଶୁଣାଣି ହେଉଥିବା ସ୍ଥାନକୁ କିଛି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରବେଶ କରାଇ ନ ଦେବାରୁ କିଛି ସମୟ ପାଇଁ ଗେଟ ଆଗରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ପୋଲିସ ସହ ସ୍ଥାନୀୟ ଅଞ୍ଚଳବାସୀ ବେଶ କିଛି ସମୟ ଧରି ଯୁକ୍ତିତର୍କ କରିଥିଲେ। ଅନ୍ୟପଟେ କମ୍ପାନୀର ସମ୍ପ୍ରସାରଣ ହୋଇ ସାରିବା ପରେ ସ୍ଥାନୀୟ ନିଯୁକ୍ତିକୁ କମ୍ପାନୀ ତରଫରୁ ଅଗ୍ରାଧିକାର ଦିଆଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଥିଲେ।

ଅନ୍ୟପଟେ ଜନଶୁଣାଣି ସମୟରେ ଉପସ୍ଥିତ ଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ଯେ ସମ୍ପ୍ରସାରଣ ପରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ। ଏହା ସହ ଯୋଗ୍ୟତାକୁ ଦେଖି ସରକାରୀ ନୀତି ନିୟମ ଅନୁଯାୟୀ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ। ତେବେ ଏହି ଜନଶୁଣାଣି ପାଇଁ ଘଟଣାସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି ତପନ ମହାନ୍ତି ଙ୍କ ସମେତ 2 ଜଣ ଏସଡିପିଓ, 3 ଜଣ ଥାନା ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଥିଲେ । ଆଜିର ଜଣ ଶୁଣାଣି କାର୍ଯ୍ୟକ୍ରମ ପରେ ଆଗକୁ କମ୍ପାନୀ ସମ୍ପ୍ରସାରଣ ନେଇ ସରକାରୀ ଅନୁମତି ନେଇ କଣ ନିଷ୍କର୍ଷ ବାହାରୁଛି ତାକୁ ହିଁ ଅପେକ୍ଷା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.