ETV Bharat / city

11 ଟଙ୍କାରେ ମିଳିବ ପ୍ରାଇଭେଟ୍ ଆମ୍ବୁଲାନ୍ସ ସେବା - Sambalpur Municipality

କୋରୋନା ମହାମାରୀ ସମୟରେ ସମ୍ବଲପୁରବାସୀ ପାଇବେ 11 ଟଙ୍କାରେ ଆମ୍ବୁଲାନ୍ସ ସେବା । ଅଧିକ ପଢନ୍ତୁ...

11 ଟଙ୍କାରେ ମିଳିବ ପ୍ରାଇଭେଟ୍ ଆମ୍ବୁଲାନ୍ସ ସେବା

author img

By

Published : Jun 21, 2021, 9:20 PM IST

Updated : Jun 22, 2021, 10:38 AM IST

ସମ୍ବଲପୁର:11 ଟଙ୍କିଆ ଆମ୍ବୁଲାନ୍ସ । ଏହି ସେବାର ଫାଇଦା ଉଠାଇ ପାରିବେ ସମ୍ବଲପୁର ମହାନଗର ନିଗମବାସୀ । ମୁଖ୍ୟତଃ ଗରିବ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହି ଆମ୍ବୁଲାନ୍ସ ସେବାର ଆରମ୍ଭ କରାଯାଇଛି। ସମ୍ବଲପୁର ମହାନଗର ନିଗମର ଯେକୌଣସି ଲୋକ ଆବଶ୍ୟକତା ପଡିଲେ ନିଜ ଘରୁ ରୋଗୀଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସ ଦ୍ୱାରା ଆଣିପାରିବ । ଏହା ବଦଳରେ ତାଙ୍କୁ ମାତ୍ର 11 ଟଙ୍କା ଦେବାକୁ ପଡିବ । ଏହି ଆମ୍ବୁୁଲାନ୍ସରେ ଅକ୍ସିଜେନର ବ୍ୟବସ୍ଥା ମଧ୍ୟ ରହିଛି ।

11 ଟଙ୍କାରେ ମିଳିବ ପ୍ରାଇଭେଟ୍ ଆମ୍ବୁଲାନ୍ସ ସେବା

ସମ୍ବଲପୁରର ଯୁବ ବ୍ୟବସାୟୀ ତଥା ସମାଜସେବୀ ସିଦ୍ଧାର୍ଥ ସାହା ନିଜ ପିତା ଶତ୍ରୁଘ୍ନ ଲାଲ ସାହାଙ୍କ ନାଁରେ ଏହି ସେବାକୁ ଆରମ୍ଭ କରିଛନ୍ତି । ସୋମବାର ଦିନ 12 ଘଟିକା ସମୟରେ ସମ୍ବଲପୁର ମ୍ୟୁନିସିପାଲିଟି ଛକରୁ ଏହି ସେବା ଆରମ୍ଭ ହୋଇଯାଇଛି ।

ଏହି ଆମ୍ବୁଲାନ୍ସ ସେବା ପାଇବାକୁ ଚାହୁଁଥିବା ଲୋକ 9178171999 ଓ 8658829909 ଏହି ଦୁଇଗୋଟି ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ । ଏହି ଆମ୍ବୁଲାନ୍ସ ସେବାକୁ ସମ୍ବଲପୁର ମହାନଗର ନିଗମବାସୀ ସ୍ୱାଗତ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 22, 2021, 10:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.