ETV Bharat / city

ପାଖଉଛି ନୂଆଁଖାଇ, ସମଲେଶ୍ବରୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

author img

By

Published : Sep 6, 2021, 9:58 PM IST

ନିକଟତର ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିରରେ ଶେଷ ପର୍ଯ୍ୟାୟ ପ୍ରସ୍ତୁତିରେ ଲାଗିଛନ୍ତି ପୂଜକ । 11 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂର୍ବାହ୍ନରେ ଲାଗି ହେବ ନବାନ୍ନ । ଅଧିକ ପଢନ୍ତୁ...

ପାଖଉଛି ନୂଆଁଖାଇ, ସମଲେଶ୍ବରୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ପାଖଉଛି ନୂଆଁଖାଇ, ସମଲେଶ୍ବରୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ସମ୍ବଲପୁର: ଆଗକୁ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଆସନ୍ତା ସେପ୍ଟେମ୍ବର 11 ତାରିଖରେ ପଡୁଛି ନୂଆଁଖାଇ । ରାଜା ରାଜୁଡ଼ା ଅମଳରୁ ପରମ୍ପରା ଅନୁସାରେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ଚଳିତବର୍ଷର ନୂଆଁ ଅମଳ ହୋଇଥିବା ଶସ୍ୟ ଭୋଗ ରୂପେ ଅର୍ପଣ କରି ପରେ ଏହାକୁ ଗ୍ରହଣ କରିବା ସହ ଘରେ ଘରେ ନୂଆଁଖାଇ ପାଳନ କରାଯାଏ। ଏଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି (ମଙ୍ଗଳବାର) ମାଁଙ୍କ ମୁଖ୍ୟ ପୂଜକଙ୍କ ଘରକୁ ନବାନ୍ନ ପାଇଁ ନୂଆଁ ଧାନ ପହଞ୍ଚିବ ।

ପ୍ରଚଳିତ ପରମ୍ପରା ଅନୁସାରେ, ମୁଖ୍ୟତଃ ନୂଆଁଖାଇ ପାଇଁ 8 ଦିନ ପୂର୍ବରୁ ମନ୍ଦିରର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହି କ୍ରମରେ ବର୍ତ୍ତମାନ ମନ୍ଦିରରେ ରଙ୍ଗ କାର୍ଯ୍ୟ ଜାରି ରହିଛି । ଆସନ୍ତାକାଲି (ସୋମବାର) ସକାଳ 10ରେ ପରମ୍ପରା ମୁତାବକ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରକୁ ନୂଆଁ ଧାନ ଆସିବ। ପ୍ରତ୍ୟେକ ବର୍ଷ ବଲବସପୁର ଗାଁର ସୁବାସ ବେହେରାଙ୍କ ଘରୁ ଏହି ନୂଆଁ ଧାନ ଆସିଥାଏ। ତେବେ ଆସନ୍ତା ବୁଧବାର ଦିନ ମନ୍ଦିରର ଗମ୍ଭୀରାର ସଫେଇ କାର୍ଯ୍ୟ ହେବ । ଏଥିପାଇଁ କେବଳ ପୂଜକମାନଙ୍କ ବ୍ୟତୀତ ଆଉ କେହାକୁ ମନ୍ଦିରର ଗମ୍ଭୀରା ଭିତରେ ପ୍ରବେଶ ଅନୁମତି ନଥାଏ । ଅନ୍ୟପଟେ ଆସନ୍ତା ଶୁକ୍ରବାର ଦିନ ମା’ଙ୍କର ସବୁ ଅଳଙ୍କାର ଗୁଡିକୁ ପୂଜକମାନେ ସଫା କରିବେ। ପଣ୍ଡିତମାନଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ ଆସନ୍ତା 11 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ 10.15 ରୁ 10.25 ମଧ୍ୟରେ ମା’ଙ୍କ ଠାରେ ନୂଆଁ ଚାଉଳର ଭୋଗ ଅର୍ପଣ କରାଯିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.