ସମ୍ବଲପୁର: ଆଜି ହେଉଛି ହେଉଛି ବିଶ୍ବ ଜନସଂଖ୍ୟା ଦିବସ (World Population Day)। ଏହି ଅବସରରେ ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦେଶର ଭବିଷ୍ୟତ ସୁରକ୍ଷା ନେଇ ଆଗାମୀ ଦିନରେ ଦେଶର ସବୁ ନାଗରିକ ମାନଙ୍କ ପାଇଁ ଏକ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରାଯିବା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଦେଶର ସମସ୍ତ ନାଗରିକ ଯେମିତି 2 ରୁ ଅଧିକ ସନ୍ତାନ ଜନ୍ମ ନ କରିବେ । ସେଥିପାଇଁ ଏକ କଠୋର ଆଇନ ପ୍ରଣୟନ କରାଯାଉ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦାବି କାରାଯାଇଛି ।
ଏହି କ୍ରମରେ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଭାପତି ମିଲନ ମହାରଣା, ଦାମୋଦର କର, ଭାରତୀ ପଣ୍ଡା, ପୁଷ୍ପାଞ୍ଜଳି ଜେନା, ତୃପ୍ତିମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ସମ୍ବଲପୁର