ETV Bharat / city

ପାଣିରେ ଫସିଲା ଯାତ୍ରୀବାହୀ ବସ, ଉଦ୍ଧାର କଲା JCB - ସମ୍ବଲପୁର ଖବର

ମଝି ନଈରେ ଫସିଗଲା ଯାତ୍ରୀବାହୀ ବସ । ବିପଦଜନକ ଅବସ୍ଥାରେ ଥିଲେ ଯାତ୍ରୀ । ଜେସିବି ସହାୟତାରେ କରାଗଲା ଉଦ୍ଧାର । ଅଧିକ ପଢନ୍ତୁ....

ମଝି ନଈରେ ଫସିଗଲା ଯାତ୍ରୀବାହୀ ବସ, ଜେସିବି ସାହଯ୍ୟରେ କରାଗଲା ଉଦ୍ଧାର

author img

By

Published : Jul 29, 2021, 12:31 PM IST

ସମ୍ବଲପୁର: ମଝି ନଈରେ ଫସିଗଲା ଯାତ୍ରୀବାହୀ ବସ । ବିପଦଜନକ ଅବସ୍ଥାରେ ଥିଲେ ଯାତ୍ରୀ । ଜେସିବି ସହାୟତାରେ କରାଗଲା ଉଦ୍ଧାର । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ବମରା ବ୍ଲକ ଅଞ୍ଚଳରେ । ବଢିପାଣିର ମଝି ନଈରେ ଫସିଗଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ପିଣ୍ଡାପଥର ପଞ୍ଚାୟତ ସଦର ଗାଁ ମୁଣ୍ଡରେ ଥିବା ଏକ ନଦୀ ଉପରେ ଯାତ୍ରୀବାହୀ ବସ ବଢ଼ିପାଣି ଯୋଗୁ ମଝି ନଇଁରେ ଅଟକି ଯିବା ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ମଝି ନଈରେ ଫସିଗଲା ଯାତ୍ରୀବାହୀ ବସ, ଜେସିବି ସାହଯ୍ୟରେ କରାଗଲା ଉଦ୍ଧାର

ସୂଚନା ଅନୁସାରେ ରାଉରକେଲାରୁ ସୋଲ ଯାଇଥିବା ଯାତ୍ରୀବାହୀ ବସ ପିଣ୍ଡାପଥର ଗାଁ ନିକଟସ୍ଥ ନଦୀ ପୋଲ ଉପରେ ପାରି କରୁଥିବାବେଳେ ହଠାତ ଭାରସାମ୍ୟ ହରାଇ ବସିଥିଲା । ପୋଲ ଉପରେ ପ୍ରାୟ 3 ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିଲା । ମାତ୍ର ବସ ଚାଳକ ପୋଲକୁ ଅତିକ୍ରମ କରିଯିବାର ଭୁଲ ଆକଳନ କରି ଅତିକ୍ରମ ପାଇଁ ଚେଷ୍ଟା କରିଥିଲେ ।

ତେବେ ପୋଲ ମଝିରେ ବସ ଭାରସାମ୍ୟ ହରାଇ ଅଟକି ଯାଇଥିଲା । ମାତ୍ର ସୌଭାଗ୍ୟବଶତଃ ପୋଲର ପାଶ୍ବ ଖମ୍ବରେ ଲାଗି ବସଟି ରହି ଯାଇଥିଲା । ଆଖପାଖରେ ଥିବା ଲୋକେ ତୁରନ୍ତ ବସଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ଏକ ଜେସିବି ମାଧ୍ୟମରେ ବସଟିକୁ ବାହାର କରିଥିଲେ । ଏଥିରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇ ନ ଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.