ସମ୍ବଲପୁର: ଅଇଁଠାପାଲିରେ ପାନ ମସଲା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା । ମାମଲାରେ ପୋଲିସ କମ୍ପାନୀର ମ୍ୟାନେଜର୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଗ୍ନିଶମ ବିଭାଗ ପକ୍ଷରୁ ରିପୋର୍ଟ ଆସିବା ପରେ ଅଇଁଠାପାଲି ପୋଲିସ କମ୍ପାନିର ମ୍ୟାନେଜର ଧୁର୍ବେସ୍ କୁମାର ସିଂକୁ ଗିରଫ କରିଥିବା ସୂଚନା ମିଳିଛି ।
ଅଗ୍ନିଶମ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ଶହଶହ ଶ୍ରମିକ ଓ କର୍ମଚାରୀଙ୍କୁ ନେଇ ଚାଲିଥିବା ଗୁଟଖା ଫ୍ୟାକ୍ଟ୍ରିରେ କୌଣସି ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା ନଥିଲା । କେବଳ ସେତିକି ନୁହେଁ କମ୍ପାନୀ ପାଖରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମଧ୍ୟ ନଥିବା ଜଣା ପଡ଼ିଛି । ଘଟଣାର ତଦନ୍ତ କରି ଫ୍ୟାକ୍ଟ୍ରି ମ୍ୟାନେଜରକୁ ଗିରଫ କରିଛି ।
ଏହା ବି ପଢନ୍ତୁ...ଗୁଟଖା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 25 କର୍ମଚାରୀ ଆହତ
ଏହା ବି ପଢନ୍ତୁ...ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
ପ୍ରକାଶ ଥାଉ କି, ଗତ ଡିସେମ୍ବର ୨୦ ତାରିଖ ଦିନ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ପରଧିଆପାଲି ସ୍ଥିତ ଗୁଟକା କାରଖାନାରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୨୭ ଜଣ ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । କିଛି ଶ୍ରମିକ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି । ବୈଷୟିକ ତ୍ରୁଟି ଯୋଗୁଁ ଏହି ବିସ୍ଫୋରଣ ହୋଇଥିଲା । ଖୁବ କମ ସମୟରେ ନିଆଁ ସବୁଆଡେ ବ୍ୟାପି ଯାଇଥିଲା । ସେଥିରେ ପାଖାପାଖି 50 ଜଣ ଶ୍ରମିକ ଆହତ ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀ ଶ୍ରମିକ କହିଛନ୍ତି। ଗୋଟିଏ ସିଫ୍ଟରେ 400 ଶ୍ରମିକ କାମ କରନ୍ତି ।
ଆହୁରି ପଢନ୍ତୁ...ଗୁଟଖା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା: ଦୁର୍ଘଟଣାର ଦୁଃଖ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ
ସମ୍ବଲପୁରରୁ ବାଦଶାହ ଜୁସମାନ ରାଣା,ଇଟିଭି ଭାରତ