ସମ୍ବଲପୁର: ଭୀମସାର ମେଡିକାଲ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସକାଳ 9ଟାରେ ଭୀମସାର ମେଡିକାଲରେ ପହଞ୍ଚି କୋଭିଡ ସ୍ଥିତି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ଭୀମସାର ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ସମ୍ବଲପୁର, ବରଗଡ, ଝାରସୁଗୁଡା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ବର୍ତ୍ତମାନ ସମ୍ବଲପୁରର ଭୀମସାର ମେଡିକାଲରେ 100ଟି ଜେନେରାଲ ବେଡ ଓ 20ଟି ଆଇସିୟୁ ରହିଥିବା ବେଳେ 70 ଦିନରେ 75ଟି ଜେନେରାଲ ବେଡ ଓ 30ରୁ ଅଧିକ ଆଇସିୟୁ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ । ଏପରିକି ବୁର୍ଲାରେ ଆହୁରି ଏକ କୋଭିଡ ହସ୍ପିଟାଲ କରାଯିବ । ଯେଉଁଠି 250ଟି ଜେନେରାଲ ଓ 50 ଟି ଆଇସିୟୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ