ETV Bharat / city

Nuakhai 2022: ସମଲେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକଙ୍କ ଘରେ ପହଞ୍ଚିଲା ନୂଆଁ ଧାନ

ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ (Western Odisha Mass Festival Nuakhai ) । ଏଥିପାଇଁ ପ୍ରସ୍ତୁତି ଯୋରଦାର ହୋଇଛି । ଆଜି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ (Samaleswari temple chief worshiper) ଙ୍କ ପାଖକୁ ପହଞ୍ଚିଲା ନୂଆଁ ଧାନ। ଅଧିକ ପଢନ୍ତୁ

author img

By

Published : Aug 27, 2022, 9:36 PM IST

Nuakhai2022: ସମଲେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକଙ୍କ ଘରେ ପହଞ୍ଚିଲା ନୂଆଁ ଧାନ

ସମ୍ବଲପୁର: ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ (Western Odisha Mass Festival Nuakhai ) । ଏଥିପାଇଁ ପ୍ରସ୍ତୁତି ଯୋରଦାର ହୋଇଛି । ଆଜି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ (Samaleswari temple chief worshiper) ଙ୍କ ପାଖକୁ ପହଞ୍ଚିଲା ନୂଆଁ ଧାନ। ପ୍ରତ୍ୟେକ ବର୍ଷ ସମ୍ବଲପୁର ସହର ନିକଟସ୍ଥ ବଲବଶପୁର ଗାଁର ସୁବାଷ ବେହେରାଙ୍କ ଘରୁ ଏହି ନୂଆଁ ଧାନ ଆସୁଥିବା ବେଳେ ଏଥର ମଧ୍ୟ ସୁବାଷ ବେହେରା ନିଜେ ନୂଆଁ ଧାନ ଧରି ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା ମୁଖ୍ୟ ପୂଜକଙ୍କ ଘରକୁ ପହଞ୍ଚିଥିଲେ ।

ଆଜି ଦିନ ପାୟ ସାଢ଼େ 10ଟା ସମୟରେ ବଲବଶପୁର ଗାଁ ର ସୁବାଷ ବେହେରା ନୂଆଁ ଧାନ ଧରି ସମଲେଶ୍ୱରୀ ମନ୍ଦିର ରେ ପହଞ୍ଚିଥିଲେ। ଏଠାରେ ସେ ଏହି ନୂଆଁ ଧାନ କୁ ସମଲେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟ ଙ୍କୁ ହସ୍ତାନ୍ତର କରିଥିଲେ । ଏହି ନୂଆଁ ଧାନରୁ ଉତ୍ପନ ଚାଉଳକୁ ନୂଆଁଖାଇ ଦିନ ମା’ ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଭୋଗ ଭାବରେ ଅର୍ପଣ କରାଯିବ। ଏହି ଧାନକୁ ସରିଆ ଧାନ କୁହାଯାଏ। ମାଙ୍କ ପାଇଁ ସୁବାଷ ବେହେରାଙ୍କ ପରିବାର ଏକ ସ୍ୱତନ୍ତ୍ର ଜମିରେ ଏହି ଧାନ ଚାଷ କରିଥାନ୍ତି। ଏହି ଧାନ 60 ଦିନରେ ଅମଳ ହୋଇଥାଏ।

ତେବେ ଏହି ଧାନକୁ ପଶୁ ପକ୍ଷୀ ଛୁଇଁବା ପୂର୍ବରୁ ଏହାକୁ କାଟି ଆଣି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରକୁ ପଠାଯାଇଥାଏ। ଧାନ ସମ୍ପୂର୍ଣ୍ଣ ରୂପେ ପାଚିବା ପୂର୍ବରୁ ଏହି ଧାନକୁ କାଟି ଖେତରୁ ଅଣାଯାଇଥାଏ। ଏହି ଧାନକୁ ଶୁଖାଇ ଚାଉଳ ବାହାର କରାଯାଇ ଏଥିରେ ତିଆରି ଖିରିକୁ ନୂଆଁଖାଇ ଦିନ ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଭାବେ ଅର୍ପଣ କରାଯାଇଥାଏ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.