ସମ୍ବଲପୁର: ଜିଲ୍ଲାରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ 32 ବର୍ଷୀୟ ଯୁବକ। ସେ କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିଲେ। ସମ୍ବଲପୁର ଆସିବା ପରେ ତାଙ୍କୁ ସରକାରୀ କ୍ବାରେଣ୍ଟାଇନ ସେଣ୍ଟର ଥିଲେ। ତାଙ୍କ ପାଖରେ କୋରୋନାର କୌଣସି ଲକ୍ଷଣ ନଥିଲା । ସୋମବାର ରିପୋର୍ଟ ପଜିଟିଭ ଆସିଲା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ 25 ଜଣ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।
ଏମାନଙ୍କ ମଧ୍ୟରୁ 16 ଜଣ ସୁସ୍ଥ ହୋଇ ଫେରିସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସମ୍ବଲପୁରବାସୀଙ୍କୁ ସମାଜିଜ ଦୂରତ୍ୱ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସରକାରୀ ନୀତି ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।
ସମ୍ବଲପୁରରୁ ଜୁସ୍ମନ ରଣା,ଇଟିଭି ଭାରତ