ETV Bharat / city

ଡାଇବେଟିସ ରୋଗୀଙ୍କ ପାଇଁ ଦିବ୍ୟରାଜଙ୍କ ଧାନଚାଷ

ସମ୍ବଲପୁରର ଦିବ୍ୟରାଜ ବେରିହା । ଉଦ୍ଭିଦ ବିଜ୍ଞାନରେ ଏମଫିଲ କରିଛନ୍ତି । ଏହାସହ ଟିସ୍ୟୁ-କଲଚରରେ ରିସର୍ଚ୍ଚ ମଧ୍ୟ କରିଛନ୍ତି । ହେଲେ ପଢିଥିବା ପାଠକୁ କାର୍ଯ୍ୟରେ ଲଗାଇବା ପାଇଁ ସେ ପାଲଟି ଯାଇଛନ୍ତି ଧାନ ଚାଷୀ ।

Mphil student
ଡାଇବେଟିସ ରୋଗୀଙ୍କ ପାଇଁ ଦିବ୍ୟରାଜଙ୍କ ଧାନ ଚାଷ
author img

By

Published : Dec 5, 2019, 8:47 PM IST

ସମ୍ବଲପୁର: ସମ୍ବଲପୁରର ଦିବ୍ୟରାଜ ବେରିହା । ଉଦ୍ଭିଦ ବିଜ୍ଞାନରେ ଏମଫିଲ କରିଛନ୍ତି । ଏହାସହ ଟିସ୍ୟୁ-କଲଚରରେ ରିସର୍ଚ୍ଚ ମଧ୍ୟ କରିଛନ୍ତି । ହେଲେ ପଢିଥିବା ପାଠକୁ କାର୍ଯ୍ୟରେ ଲଗାଇବା ପାଇଁ ସେ ପାଲଟି ଯାଇଛନ୍ତି ଧାନ ଚାଷୀ । ସମ୍ବଲପୁର ଧମା ରାସ୍ତାର ଲିମସରିଏନ ଅଞ୍ଚଳରେ ଏକ ଫାର୍ମ ହାଉସ କରି ଜୈବିକ ପଦ୍ଧତିରେ ଔଷଧୀୟ ଗୁଣ ଯୁକ୍ତ କଳାବତୀ ଧାନ ଚାଷ କରୁଛନ୍ତି । ଅନଲାଇନରେ ବିହନ ମଗାଇ ବିନା ସାର ଓ କୀଟନାଶକ ଔଷଧ ପ୍ରୟୋଗ କରି କ୍ଷେତରେ ଏହି ଧାନ ଫଳାଇଛନ୍ତି ଦିବ୍ୟରାଜ ।

ଡାଇବେଟିସ ରୋଗୀଙ୍କ ପାଇଁ ଦିବ୍ୟରାଜଙ୍କ ଧାନ ଚାଷ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେଉଥିବା ଏହି ଧାନର ଚାହିଦା ଭଲ ଥିବାରୁ ସେ ଆତ୍ମନିର୍ଭରଶୀଳ ବି ହୋଇପାରୁଛନ୍ତି । ଏହି ଧାନରେ ପାଣି କମ ଲାଗିବା ସହ କମ ଖର୍ଚ୍ଚରେ ଚାଷ କରୁଛନ୍ତି ସେ । ବର୍ତ୍ତମାନ ସମୟରେ ଯୁବପୀଢି ଚାକିରି ପଛରେ ଧାଉଁଥିବାବେଳେ ସେ ଚାଷକୁ ଆପଣାଇଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।

ତେବେ ବଜାରରେ ଏହି ଚାଉଳର ମୂଲ୍ୟ କିଲୋପିଛା 300 ଓ ବିହନ କିଲୋପିଛା 500 ଟଙ୍କା ଥିବାରୁ ଆଗକୁ ଭଲ ଦୁଇ ପଇସା ପାଇବେ ବୋଲି ସେ ଆଶାବାଦୀ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣାଙ୍କ ରିପୋର୍ଟ, ଇଟିଭି ଭାରତ

Intro:ଆଜିର ଏହି ସମାଜରେ ପାଠ ପଢି ସମସ୍ତେ ଚାକିରୀ ପଛରେ ଦୌଡୁଛନ୍ତି। କିନ୍ତୁ ଏହି ପ୍ରତିଦ୍ବନ୍ଦିତା ପୂର୍ଣ ଦୁନିଆଁ ଚାକିରୀଟିଏ ପାଇବା ବହୁତ କଷ୍ଟ ହୋଇପଡିଛି।ତେବେ ହେଲେ ମଧ୍ୟ ବହୁ ଯୁବକ ଯୁବତୀ ଏବେ ସ୍ୱଳ୍ପ ଦରମାର ସରକାରୀ ଚାକିରୀ ତ ଦୁରରେ ଥାଉ ପ୍ରାଇଭେଟ ଚାକିରୀ ଟିଏ ପାଇଁ ବହୁତ କଷ୍ଟ କରୁଛନ୍ତି।ତେବେ ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନେ ନିଜ ଅର୍ଜିତ ଶିକ୍ଷା କୁ ଚାଷ କାର୍ଯ୍ୟରେ ଲଗାଇ ଆତ୍ମ ନିର୍ଭରଶୀଳ ହେବା ସହ ଭଲ ରୋଜଗାର କରୁଛନ୍ତି।ସମ୍ବଲପୁର ର ଏମିତି ଜଣେ ସଫଳ ଯୁବ ଚାଷୀ ହେଲେ ଦିବ୍ୟରାଜ ବେରିହା ଯିଏ ଉଦ୍ଭିଦ ବିଜ୍ଞାନ ରେ ଏମଫିଲ ସାରି ଏବେ କଳାବତୀ ଧାନ ର ଜୈବିକ ଚାଷ କରୁଛନ୍ତି।

Body:ସମ୍ବଲପୁର ର ଦିବ୍ୟରାଜ ବେରିହା। ଘର ସମ୍ବଲପୁର ସହରରେ। ଶିକ୍ଷଗତ ଯୋଗ୍ୟତା ଉଦ୍ଭିଦ ବିଜ୍ଞାନରେ ଏମଫିଲ।ତେବେ ତାଙ୍କର ପେଶା ହେଲା ଚାଷ। ତାହା ପୁନି ଜୈବିକ ପଦ୍ଧତିରେ। ସେ ସମ୍ବଲପୁର ଧମା ରାସ୍ତା ର ଲିମସରିଏନ ଅଞ୍ଚକରେ ଏକ ଫାର୍ମ ହାଉସ କରିଛନ୍ତି।ସେଠାରେ ସେ କଳା ବତୀ ଧାନ ର ଜୈବିକ ଚାଷ କରିଛନ୍ତି। କଳା ଧାନ କେଣ୍ଡା ଏବେ ତାଙ୍କ କିଆରୀ ରେ ଲହରୀ ମାରୁଚି। ତେବେ ଏହି ଧାନ ପାଇଁ ସେ ବହୁତ ପରିଶ୍ରମ କାରିଛନ୍ତି।ଏହି ଧାନ 150 ଡିନରେ ଅମଳ ହୋଇଥାଏ। ଏହି ଧାନ ଜୈବିକ ପଦ୍ଧତିରେ ହେଉଥିବାରୁ ଏଥିରେ ସାର କିମ୍ଭା କୀଟନାଶକ ବ୍ୟବହାର ହୋଇନଥାଏ।ଫଳରେ ଏଥିରେ ଓଷଧିୟ ଗୁଣର ମାତ୍ରା ଭରଫୁର ରହିଥାଏ। ଏହା ସହ ଏହା ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଭଲ ହୋଇଥିବାରୁ ଏହାର ଚାହିଦା କାହିଁରେ କଣ।
ବାଇଟ-1-ଦିବ୍ୟରାଜ ବେରିହା, ଚାଷୀ। ଫିକା ଗୋଲାପୀ ଛୋଟ ଚେକ ପଡିଥିବା ସାର୍ଟ।

ସମ୍ବଲପୁର ର ଦିବ୍ୟରାଜ ଉଦ୍ଭିଦ ବିଜ୍ଞାନରେ ଏମଫିଲ କରିବା ସହ ଟିସ୍ୟୁ-କଲଚର ରେ ବହୁତ ରିସର୍ଚ୍ଚ କରିଛନ୍ତି।ତେବେ ସେ ଚାକିରୀ ନକରି ତାଙ୍କର ଲବ୍ଧ ଜ୍ଞାନକୁ ସେ ଚାଷ କାର୍ଯ୍ୟରେ ଉପଯୋଗ କରିବାକୁ ଚାହିଁଥିଲା।ତେବେ ସାଧାରଣ ଧାନ ଚାଷ ରେ ବର୍ତ୍ତମାନ ଚାଷୀମାନେ ଅଣ୍ଡର ରେଟ ରେ ବିକ୍ରି କରିବାକୁ ବାଧ୍ୟ ହେଉଥିବାରୁ ସେ କଳା ବତୀ ଧାନ ଚାଷ କରିବାକୁ ମନ ବଳାଇ ଥିଲେ।ଏହି ଧାନର ର ଚାଉଳ କିଲୋ ପିଛା 300 ଟଙ୍କା ରହିଥିବା ବେଳେ ଏହାର ବିହନ 500 ଟଙ୍କା ପ୍ରତି କେଜି ବିକ୍ରି ହୋଇଥାଏ।ଏହା ସହ ଏହି ଧାନର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏହି ଚାଷ ରେ ଅଧିକ ଖର୍ଚ୍ଚ କରିବାକୁ ପଡିନଥାଏ। ଏଥିପାଇଁ ପାଣିର ଆବଶ୍ୟକତା ମଧ୍ୟ କମ ହୋଇଥାଏ।ଆଉ ଏହି ଚାଷ କରି ଦିବ୍ୟରାଜ ନିଜେ ସଫଳ ହେବା ସହ ତାଙ୍କ ଫାର୍ମରେ ଅନେକ ଯୁବକ ଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।

ବାଇଟ-2-ଯୁଗଳ କିଶୋର ସାହୁ,ଦିବ୍ୟରାଜ ଙ୍କ ଫାର୍ମରେ କାମ କରୁଥିବା ଯୁବକ। ଫିକା ନୀଳ ପ୍ଲେନ ସାର୍ଟ।
ବାଇଟ-3-ସତ୍ୟଜିତ ମହାପାତ୍ର, ସ୍ଥାନୀୟ ଯୁବକ। ଟି ସାର୍ଟ ପିନ୍ଧିଛନ୍ତି।

Conclusion:ବର୍ତ୍ତମାନ ସମସ୍ତେ ଚାକିରୀ ପଛରେ ଦୌଡୁଥିବା ବେଳେ ଦିବ୍ୟରାଜ ଉଚ୍ଚ ଶିକ୍ଷିତ ହୋଇମଧ୍ୟ ଚାଷ କରି ସଫଳ ହେବା ସହ ଅନେକ ଯୁବକ ଙ୍କ ପାଇଁ ପ୍ରେରଣା ପଲଟିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.