ETV Bharat / city

ଧାନ ବିକ୍ରିରେ ଅବ୍ୟବସ୍ଥା; ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ

author img

By

Published : Jan 5, 2021, 8:18 AM IST

ଧାନ ବିକ୍ରି ପ୍ରକ୍ରିୟାରେ ଅବ୍ୟବସ୍ଥାକୁ ନେଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳର ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ । 4ଟି ମଣ୍ଡିର ପ୍ରାୟ 7000 ବସ୍ତା ଧାନ ବିକ୍ରି ହୋଇପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଧାନ ବିକ୍ରି ସମସ୍ୟା ନେଇ ଚାଷୀଙ୍କ ରାସ୍ତା ଅବରୋଧ

ସମ୍ବଲପୁର: ଜିଲ୍ଲାରେ ପୁଣି ଚାଷୀ ଅସନ୍ତୋଷ । ଧାନ ବିକ୍ରି ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବାରୁ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ରେଙ୍ଗାଲି ଅଞ୍ଚଳର ଶତାଧିକ ଚାଷୀଙ୍କ ଦ୍ବାରା ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମାଧାନର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା ।

ଯେଉଁ ଚାଷୀଙ୍କ ପାଖରେ ଧାନ ଅଛି ସେମାନଙ୍କ ପାଖରେ ଟୋକନ ନାହିଁ ଆଉ ଯେଉଁମାନଙ୍କ ପାଖରେ ଧାନବିକ୍ରି ପାଇଁ ଟୋକନ ଅଛି ସେମାନଙ୍କ ପାଖରେ ଧାନ ନାହିଁ । ଫଳରେ ରେଙ୍ଗାଲି ବ୍ଲକର 4ଟି ମଣ୍ଡିର ପ୍ରାୟ 7000 ବସ୍ତା ଧାନ ବିକ୍ରି ହୋଇପାରିନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମାଧାନ କରାଯାଉନାହିଁ । ଫଳରେ ବାଧ୍ୟ ହୋଇ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ସମ୍ବଲପୁର ରାଉରକେଲା 10 ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ତହସିଲ ଅଫିସ ଛକରେ ରାଜପଥ ଅବରୋଧ କରିଥିଲେ ।

ପ୍ରଥମେ ଚାଷୀମାନେ ତହସିଲ ଅଫିସ ଘେରାଉ କରିବା ପରେ ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥ ଅବରୋଧ କରିଥିଲେ । ପୋଲିସର ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ଓ ତହସିଲଦାର ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.