ETV Bharat / city

କୋଭିଡ ରୋଗୀଙ୍କ ପାଇଁ ଅଟୋକୁ କରିଦେଲେ ଆମ୍ବୁଲାନ୍ସ - ଅଟୋକୁ କରିଲେ ଆମ୍ବୁଲାନ୍ସ

ସାରା ରାଜ୍ୟରେ କୋରୋନା ମହାମାରୀ କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆମ୍ବୁଲାନ୍ସର ଅଭାବ ଦୂର କରିବାକୁ ନିଜ ଅଟୋକୁ ଆମ୍ବୁଲାନ୍ସରେ ରୂପାନ୍ତରିତ କରିଛନ୍ତି ଜୈନିକ ବ୍ୟକ୍ତି । ଅଧିକ ପଢ଼ନ୍ତୁ...

କୋଭିଡ ରୋଗୀଙ୍କ ପାଇଁ ଅଟୋକୁ ରିଦେଲେ ଆମ୍ବୁଲାନ୍ସ

author img

By

Published : May 21, 2021, 6:36 AM IST

Updated : May 21, 2021, 7:15 AM IST

ସମ୍ବଲପୁର: ସାରା ରାଜ୍ୟରେ କୋରୋନା ମହାମାରୀ କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ କୋରୋନାର ଭୟବହତା ରହିଛି । ସମ୍ବଲପୁରରେ ଦୈନିକ ସଂକ୍ରମଣ 300 ରୁ 500 ମଧ୍ୟରେ ରହୁଛି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସର ଅଭାବ ଦୂର କରିବାକୁ ନିଜ ଅଟୋକୁ ଆମ୍ବୁଲାନ୍ସରେ ରୂପାନ୍ତରିତ କରିଛନ୍ତି ଜୈନିକ ବ୍ୟକ୍ତି ।

କୋଭିଡ ରୋଗୀଙ୍କ ପାଇଁ ଅଟୋକୁ କରିଦେଲେ ଆମ୍ବୁଲାନ୍ସ

ଯୁବକଙ୍କ ପେଟପାଟଣାର ମାଧ୍ୟମ ଏହି ଅଟୋ । ଯାହାକୁ ଆମ୍ବୁଲାନ୍ସରେ ରୂପାନ୍ତରିତ କରିଛନ୍ତି ଉତ୍ସାହୀ ଯୁବକ । ଏହି ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଶାନ୍ତିନଗର ଅଞ୍ଚଳର ଭାରତ ମହାପାତ୍ର । ତେବେ କୋଭିଡ ରୋଗୀ ତଥା ଯେକୌଣସି ରୋଗୀଙ୍କ ପାଇଁ ଏବେ ସେ ନିଜ ଅଟୋକୁ କରିଛନ୍ତି ଆମ୍ବୁଲାନ୍ସ। ଏହି ଆମ୍ବୁଲାନ୍ସରେ ରହିଛି ସମସ୍ତ ବ୍ୟବସ୍ଥା । ଆମ୍ବୁଲାନ୍ସରେ ରହିଛି 2 ଟି ଅକ୍ସିଜେନ ସିଲିଣ୍ଡର।

ଯେକୌଣସି ଗୁରୁତର ରୋଗୀଙ୍କ ପାଖରେ ସରକାରୀ ଆମ୍ବୁଲାନ୍ସ ନପହଞ୍ଚି ପାରିଲେ ବି ଭାରତ ନିଜ ଆମ୍ବୁଲାନ୍ସ ନେଇ ପହଞ୍ଚି ଯାଉଛନ୍ତି । ଅଟୋରେ ସର୍ବଦା କ୍ସିଜେନ ସିଲିଣ୍ଡର ଓ ପିପିଇ କିଟ ମହଜୁଦ ରହୁଛି । ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମିଳନୀ ଲିଗାଲ ରାଇଟ କାଉନସିଲ ସ୍ବେଛାସେବୀ ସଂଗଠନ ସବୁ ପ୍ରକାର ସହାୟତା ଯୋଗାଈ ଦେଉଛି। ବର୍ତ୍ତମାନ ଏହି ମହାମାରୀ ସମୟରେ ଭାରତଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରାଣା, ଇଟିଭି ଭାରତ

Last Updated : May 21, 2021, 7:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.