ETV Bharat / city

ମାଫିଆଙ୍କ ନଜରରେ ଗ୍ରାମ୍ୟ ଜଙ୍ଗଲ, ଚୁପ୍‌ ବସିଛି ବନ ବିଭାଗ

author img

By

Published : Oct 18, 2022, 11:18 AM IST

ସମ୍ବଲପୁର ପଡିଆବହାଲ ରେଞ୍ଜର 5 ଏକର ଜଙ୍ଗଲ କାଟିଦେଲେ କାଠିମାଫିଆ ବନ ବିଭାଗ ଚୁପ୍‌ । ଅଧିକ ପଢନ୍ତୁ

ମାଫିଆଙ୍କ ନଜରରେ ଗ୍ରାମ୍ୟ ଜଙ୍ଗଲ
ମାଫିଆଙ୍କ ନଜରରେ ଗ୍ରାମ୍ୟ ଜଙ୍ଗଲ

ସମ୍ବଲପୁର: ପଡିଆବହାଲ ରେଞ୍ଜରେ ଥିବା ଶହ ଶହ ବର୍ଷ ପୁରୁଣା ଗ୍ରାମ୍ୟ ଜଙ୍ଗଲର 5 ଏକର ଜଙ୍ଗଲର ଗଛ କଟିଦେଲେ ମାଫିଆ । ଜଙ୍ଗଲ ବିଭାଗ (Sambalpur Forest Department)ଓ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ଚୁପ ବସିଛନ୍ତି ଉଭୟ ବିଭାଗ । ଏନେଇ ଆଜି ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମବାସୀ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗୋଟିଏ ପଟେ ସରକାର ନୂତନ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ, ଅନ୍ୟପଟେ ଜଙ୍ଗଲ ବିଭାଗର ମନମାନି ଯୋଗୁଁ ଜଙ୍ଗଲର ମୂଲ୍ୟବାନ ଗଛ ସବୁକୁ ମାଫିଆ ମାନେ କଟିନେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।

ମାଫିଆଙ୍କ ନଜରରେ ଗ୍ରାମ୍ୟ ଜଙ୍ଗଲ
ସମ୍ବଲପୁର ବନଖଣ୍ଡ ପଡ଼ିଆବହାଲ ରେଞ୍ଜର କବରାପାଲି, କୁଟୁରା ଝୁରୀ, ନୂଆଁପାଲି, ଫଟାବହାଲ ଗାଁର ସୀମାନ୍ତରେ ରହିଛି 200 ଏକର ପରିବ୍ୟାପ୍ତ ଗ୍ରାମ୍ୟ ଜଙ୍ଗଲ। ଏହି ଜଙ୍ଗଲଟିକୁ ସ୍ଥାନୀୟ ଗ୍ରାମବାସୀ ଶହ ଶହ ବର୍ଷ ଧରି ସୁରକ୍ଷା ଦେଇଆସୁଛନ୍ତି।ତେବେ ବର୍ତ୍ତମାନ ଏହି ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପଡିଛି ଜଙ୍ଗଲ ମାଫିଆ ମାନଙ୍କର । ଗତ କିଛି ଦିନ ମଧ୍ୟରେ ଜଙ୍ଗଲର 5 ଏକର ଅଞ୍ଚଳର ଗଛ ମାଫିଆ କାଟି ନେଇଥିବା ଅଭିଯୋଗ ହୋଇଛି । ବନ ବିଭାଗର କେତେକ କର୍ମଚାରୀଙ୍କ ସହ ମାଫିଆମାନେ ହାତ ମିଳାଇ ଏହି ମୂଲ୍ୟବାନ ଗଛ ସବୁ କାଟି ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା ମଦ୍ୟ ପଢନ୍ତୁ-ବିକଶିତ ରାଜ୍ୟରେ ବିକଳ ଚିତ୍ର, ରାଜଧାନୀରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

କିଛି ଦିନ ତଳେ ରାତ୍ରି ସମୟରେ କଟର ସାହାଯ୍ୟରେ ଗଛ କାଟୁଥିବା ବେଳେ ଗ୍ରାମବାସୀ ଜଙ୍ଗଲରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ଦେଖି କାଠମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀ ଏନେଇ ବନ ବିଭାଗ ଅଧିକାରୀଙ୍କୁ ଡାକି ଜଣାଇବା ପରେ ବନ ବିଭାଗ ମାଫିଆଙ୍କ ଗାଡିକୁ ସିଜ ନକରି କେବଳ କଟର ଓ ଜିନିଷପତ୍ର ସିଜ କରି ଚୁପ ବସିଥିଲା । ଏହାର ଫାଇଦା ଉଠାଇ ମାଫିଆ ରାତ୍ରି ସମୟରେ ଗଛ କାଟୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏନେଇ ସ୍ଥାନୀୟ ବନ ବିଭାଗ କି ପୋଲିସ ଆଗରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଗ୍ରାମବାସୀ ଅତିଷ୍ଠ ହୋଇ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.