ETV Bharat / city

ଚାଷୀ ମୁଣ୍ତରେ ଚଡକ; ବର୍ଷା ଅଭାବରୁ କ୍ଷେତ ଫାଟି ଆଁ

ସରୁନି ଚଷା ପୁଅର ଦୁଃଖ । ବର୍ଷା ଅଭାବରୁ ମାଟି ଫାଟି ଆଁ କରିଛି । ସମ୍ବଲପୁର ଏବେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ପଦକ୍ଷେପ ନେଉ ନାହାଁନ୍ତି ସରକାର । ଅଧିକ ପଢନ୍ତୁ...

author img

By

Published : Sep 1, 2021, 2:42 PM IST

ଚାଷୀ ମୁଣ୍ତରେ ଚଡକ; ବର୍ଷା ଅଭାବରୁ କ୍ଷେତ ଫାଟି ଆଁ
ଚାଷୀ ମୁଣ୍ତରେ ଚଡକ; ବର୍ଷା ଅଭାବରୁ କ୍ଷେତ ଫାଟି ଆଁ

ସମ୍ବଲପୁର: ସରୁନି ଚଷା ପୁଅର ଦୁଃଖ । କେତବେଳେ ମରୁଡି ତ ଆଉ କେତେବେଳେ ସ୍ବଳ୍ପ ବୃଷ୍ଟିପାତ । ଦୋହଲାଇ ଦେଉଛି ଚାଷୀର ମେରୁଦଣ୍ତ । ବର୍ଷା ଅଭାବରୁ ମାଟି ଫାଟି ଆଁ କରିଛି । ଚାଷୀ ଆଶା କରିଥିଲା ଏବର୍ଷ ଭଲ ବର୍ଷା ହେଲେ ହାତକୁ ଦି ପଇସା ଆସିବ । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଭାଙ୍ଗିଯାଇଛି ଚାଷୀର ସବୁ ସୁନେଲୀ ସ୍ବପ୍ନ ।

କମ ବର୍ଷା କାରଣରୁ କୁଚିଣ୍ଡା, ବାମରା,ଯୁଜୁମୁରା ଓ ନକଟିଦେଉଲ ଅଣ ଜଳସେଚିତ ବ୍ଲକର ଅଧିକାଂଶ ଜମିରେ ରୁଆ କାର୍ଯ୍ୟ ହୋଇପାରିନି । ଏଭଳି ସ୍ଥିତିରେ ଜିଲ୍ଲାର 3690 ହେକ୍ଟର ଜମିରେ ରୁଆ ନହେବାରୁ ଏହା ପଡିଆ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଅଞ୍ଚଳ ଗୁଡିକୁ ମରୁଡିଗ୍ରସ୍ତ ଘୋଷଣା କରିବାକୁ ଦାବି କରିଛନ୍ତି ଚାଷୀ ।

ସମ୍ବଲପୁରର 9ଟି ବ୍ଲକରେ 1 ଲକ୍ଷ 5 ହଜାର 660 ଜମିରେ ଧାନ ଚାଷ ହୋଇଥାଏ । ଜୁଲାଇ 15 ମଧ୍ୟରେ ଧାନ ବୁଣା ହେଉଥିବା ବେଳେ ଅଗଷ୍ଟ 15 ମଧ୍ୟରେ ପ୍ରଥମ ଧାନ ରୁଆ ସରିଥାଏ। ତେବେ ଚଳିତ ବର୍ଷ 43 ହଜାର 827 ହେକ୍ଟର ଜମିରେ ଧାନ ବୁଣାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ 42 ହଜାର 650 ହେକ୍ଟର ଜମିରେ ଧାନ ବୁଣା ହୋଇପାରିଛି ।

ସେପଟେ ଜିଲ୍ଲାରେ ହୋଇଛି ସ୍ବଳ୍ପ ବୃଷ୍ଟିପାତ । ଜୁନ ମାସରେ ହାରାହାରି 221 ମିଲିମିଟର ବର୍ଷାର ଆବଶ୍ୟକତା ଥିବା ବେଳେ 198.84 ମିଲିମିଟର ବର୍ଷା ହୋଇଛି। ଜୁଲାଇ ମାସରେ 429 ମିଲିମିଟର ବର୍ଷା ହେବା କଥା । କିନ୍ତୁ 310.11 ମିଲିମିଟର ବର୍ଷା ହୋଇଛି । ଅଗଷ୍ଟରେ 400 ମିଲିମିଟରରୁ ଅଧିକ ବର୍ଷାର ଆବଶ୍ୟକତା ଥିବା ବେଳେ ଏପର୍ଯ୍ୟନ୍ତ 98 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସମ୍ବଲପୁର ଜିଲ୍ଲାରେ ଏଭଳି ସ୍ଥିତିକୁ ଦେଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଚାଷୀ ଦାବି କରିଛନ୍ତି। ନଚେତ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.