ETV Bharat / city

ଆସୁଛି ନୂଆଖାଇ, ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି ଚୂଡାନ୍ତ - ନୂଆଖାଇ

ଆସୁଛି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡିଶା । ନୂଆଖାଇରେ ମା ସମଲେଶ୍ବରୀଙ୍କୁ ନୂଆ ଚାଉଳ ଭୋଗ ଲଗାଇ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ । ଏଥିଲାଗି ମା ସମଲେଶ୍ବରୀ ମନ୍ଦିରର ଏବେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଡିଜାଇନ ଫଟୋ
author img

By

Published : Aug 30, 2019, 5:26 PM IST

ସମ୍ବଲପୁର: ଆଉ ମାତ୍ର କିଛି ଦିନର ଅପେକ୍ଷା । ଆସୁଛି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡିଶା । ନୂଆଖାଇରେ ମା ସମଲେଶ୍ବରୀଙ୍କୁ ନୂଆ ଚାଉଳ ଭୋଗ ଲଗାଇ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ । ଏଥିଲାଗି ମା ସମଲେଶ୍ବରୀ ମନ୍ଦିରର ଏବେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ନୂଆଖାଇ ଲାଗି ସମ୍ବଲପୁରରେ ଉତ୍ସାହର ମାହୋଲ । ଆସନ୍ତା ସେପ୍ଟେମ୍ବର ୩ ତାରିଖ ସକାଳ ୧୦ ଟା 0୫ ରୁ ୧୦ ଟା ୨୦ ମିନିଟ ମଧ୍ୟରେ ମା ସମଲେଶ୍ବରୀଙ୍କ ଠାରେ ଲାଗିବ ନବାନ୍ନ । ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ସମଲେଶ୍ବରୀ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ସହ ମନ୍ଦିରରେ ରଙ୍ଗୀନ ଆଲୋକ ମାଳାର ବ୍ୟବସ୍ଥା କରାଯାଉଛି ।

ଆସନ୍ତା ଶନିବାର ଦିନ ସମଲେଶ୍ବରୀ ମନ୍ଦିରର ଗମ୍ଭୀରାକୁ ପୂଜକ ମାନେ ସଫା ସୁତୁରା କରିବା ସହ ରବିବାର ଦିନ ସମ୍ବଲେଶ୍ବରୀ ମନ୍ଦିରରେ ଥିବା ୧୧୫ ପାର୍ଶ୍ବ ଦେବାଦେବୀଙ୍କ ସିନ୍ଦୁର ଲଗାଯିବ। ତେବେ ନୂଆଖାଇ ଦିନ ସମଲେଶ୍ବରୀ ମନ୍ଦିରରେ ସକାଳ ୪ ଟାରୁ ମନ୍ଦିର ଖୋଲାଯିବ ବୋଲି ସୂଚନା ମିଳିଛି । ନୂଆଖାଇ ଅବସରରେ ଦିନ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆଖାଇ ଭୋଗର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Intro:ଆଉ କେଇ ଦିନ ପରେ ଅାସୁ୍ଛି ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ । ଏଥିରେ ପାଇଁ ଚଳ ଚଂଚଳ ହୋଇ ଉଠିଲାଣି ପଶ୍ଚିମ ଓଡ଼ିଶାର ପଲ୍ଲିରୁ ସହର । ପୁଣି ମାଁ ସମଲେଶ୍ଵରୀ ଙ୍କ ଠାରେ ନୂଆ ଚାଉଳ ର ଭୋଗ ଲଗାଇ ବର୍ଷ ତମାମ ନିଜ ପରିବାର ର ସୁଖ ସମୃଦ୍ଧି କାମନ କରି ମାଁ ଠାରେ ସମସ୍ତେ ପ୍ରାର୍ଥନ କରିବେ । ଏଥିପାଇଁ ସମ୍ବଲପୁର ର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ବରୀ ମନ୍ଦିର ର ଏବେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ଯୟରେ ପହଂଚିଛି। Body:ପୁଣି ଆସୁଛି ନୂଆଖାଇଁ । ଏଥିପାଇଁ ସମଗ୍ର ସମ୍ବଲପୁର ରେ ଏବେ ଉତ୍ସାହ ର ମାହୋଲ । ଆସନ୍ତା ସେପ୍ଟେମ୍ବର ୩ ତାରିଖ ସକାଳ ୧୦ . 0୫ ରୁ ୧୦ ଟା ୨୦ ମିନିଟ ମଧ୍ୟରେ ମାଁ ସମଲେଶ୍ବରୀଙ୍କ ଠାରେ ଲାଗିବ ନବାନ୍ନ । ଏଥିପାଇଁ ସମ୍ବଲପୁର ସମଲେଶ୍ଵରୀ ମନ୍ଦିର ରେ ନୁଆଁଖାଇ ଦିନ ଶ୍ରଦ୍ଧାକୁ ଙ୍କ ଭିଡ଼ କୁ ନଜରରେ ରକଗୀ ସମସ୍ତ ଙ୍କ ପାଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ସମ୍ବଲପୁର ସମଲେଶ୍ବରୀ ମନ୍ଦିର ର ପରିସର ଓ ମନ୍ଦିର କୁ ସମ୍ପୁର୍ଣ୍ଣ ରୂପେ ପରିସ୍କାର କରାଯାଉଛି । ଏହା ସହ ମନ୍ଦିର ରେ ରଙ୍ଗୀନ ଆଲୋକ ମାଲାର ବ୍ୟବସ୍ଥା କରଯାଉଛି ।
ବାଇଟ ୧ - ପ୍ରେମରାଜ ପାଣିଗ୍ରାହୀ, ଏକ୍ଜୁକେଟିଭ ଅଫିସର, ସମ୍ବଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋଡ।

ଭିଓ ୨ - ଆସନ୍ତା ଶନିବାର ଦିନ ସମଲେଶ୍ବରୀ ମନ୍ଦିର ର ଗମ୍ଭିରା କୁ ପୂଜକ ମାନେ ସଫା ସୁତୁରା କରିବା ସହ ରବିବାର ଦିନ ସମ୍ବଲେଶ୍ବରୀ ମନ୍ଦିର ଥିବା ୧୧୫ ପାଶ୍ବ ଦେଵାଦେବୀ ଙ୍କ ସିନ୍ଦୁର ଲଗାଯିବ। ନୂଆଖାଇ ଦିନ ସମଲେଶ୍ବରୀ ମନ୍ଦିର ରେ ସକାଳ ୪ ଟା ରୁ ମନ୍ଦିର ଖୋଲାଯିବ ସୂଚନା ମିଲିଛି । ନୂଆଖାଇ ଅବସର ରେ ଦିନ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆଖାଇ ଭୋଗର ବ୍ୟବସ୍ଥା କରାଯାଇଥିବା ବେଳେ ସଂଦ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସମ୍ବଲପୁର ଆଖ ପାଖ ଅଂଚଳ ରେ ନୂଆ ଧାନ ମିଳିି ନଥିବା ବେଳେ ମାଁ ସମଲେଶ୍ବରୀଙ୍କ ପାଇଁ ଆଖ ପାଖ ଗାଁ ର ଶ୍ରଦ୍ଧାଳୁ ମାନେ ମାଁ ଙ୍କ ପାଇଁ ନୂଆଁ ଧାନ ର ବ୍ୟବସ୍ଥା କରିଛନ୍ତି ବୋଲି ମନ୍ଦିର ମୂଖ୍ୟ ପୂଜକ କହିଛନ୍ତି । ମାଙ୍କୁ ଦର୍ଶନ ଦର୍ଶନ ପାଇଁ ନୁଆଁଖାଇ ଦିନ ଧାଡି ଦର୍ଶନର ଵ୍ୟଵସ୍ଥା କରାଯାଇଛି।

ବାଇଟ ୨- ଅମ୍ବିକା ପ୍ରଶାଦ ରାଏ ,ସମଲେଶ୍ୱରୀ ମନ୍ଦିର ମୂଖ୍ୟ ପୂଜକ ।

ବାଇଟ ୩- ବିରେନ୍ଦ୍ର ରାଏ , ଭକ୍ତ।
Conclusion:
ପୁଣି ଆସିଛି ନୂଆଖାଇ ନୂଆ ଆଶା ଓ ନୂଆ ଉଦ୍ଦିପନା ନେଇ । ଏଥିପାଇ ଏବେ ଚାରି ଆଡେ ଉତ୍ସବ ମାହୋଲ ସହଜରେ ଅନୁଭବ କରାଯାଉଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.