ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ ହୋଇଥିବା କୋଭିଡ ଚିକିତ୍ସା ଅବହେଳା ନେଇ ଆରମ୍ଭ ହେଲା ବିଚାରବିଭାଗୀୟ ତଦନ୍ତ । ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏଭି.ଏସ ନାଇଡୁ ଏହାର ତଦନ୍ତ କରୁଛନ୍ତି । ପୂର୍ବରୁ ବୁର୍ଲା ମେଡିକାଲରେ କୋଭିଡ ଚିକତ୍ସାରେ ଅବହେଳା ହୋଇଥିବା ନେଇ ହାଇକୋର୍ଟରେ ପିଆଇଏଲ୍ (PIL) ଫାଇଲ କରିଥିବା ଆଇନ ଛାତ୍ର ଜ୍ଞାନଦତ୍ତ ଚୌହାନଙ୍କ ପକ୍ଷରୁ 9 ଟି ପରିବାର ସତ୍ୟପାଠ ଦାଖଲ କରିଥିବା ନେଇ ସୂଚନା ମିଳିଛି ।
ସେପଟେ ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ମାନ୍ୟବର ହାଇକୋର୍ଟ ଏପରି ଅନେକ ପୀଡିତ ପରିବାର ଥିବାନେଇ ସନ୍ଦେହ କରି ଆଜି (ମଙ୍ଗଳବାର) ଠାରୁ 15 ଦିନ ଯାଏଁ ସେହି ପରିବାର ମଧ୍ୟ ସତ୍ୟପାଠ ଦଖଲ କରିପାରିବେ ବୋଲି ନିର୍ଦେଶ ଜାରି କରିଛନ୍ତି ।
ସେଥିପାଇଁ କୋଭିଡ ଚିକିତ୍ସାରେ ଅବହେଳାର ଶିକାର ହୋଇଥିବା ପୀଡିତ ପରିବାର ଅବସାରପ୍ରାପ୍ତ ଜଷ୍ଟିସଙ୍କ କାର୍ଯ୍ୟାଳୟରେ ସତ୍ୟପାଠ ଦାଖଲ କରିବା ନେଇ ସୂଚନା ମିଳିଛି । ଆଉ ଏହି ସୂଚନାକୁ ଆଧାର କରି ଆସନ୍ତା 31 ତାରିଖରୁ ଜଷ୍ଟିସ ଏଭି.ଏସ ନାଇଡୁ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ନେଇ ସୂଚନାରୁ ଜଣାପଡିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ