ETV Bharat / city

ସରିଲା ଗଣ୍ଠାଲ ଫିଟା ନୀତି, ବିବାହ ବନ୍ଧନରେ ଆବଦ୍ଧ ହେବେ ହର-ପାର୍ବତୀ

author img

By

Published : Jun 15, 2021, 9:18 PM IST

ସରିଲା ଗଣ୍ଠାଲ ଫିଟା ନୀତି, ତେଲ ହଳଦୀ ସମ୍ପନ୍ନ । ମଙ୍ଗଳବାର ରାତିରେ ଧରାପୃଷ୍ଠରେ ହେବ ଦେବ ଦମ୍ପତିଙ୍କ ବିହାହ । କୋରୋନା କଟକଣା ମଧ୍ୟରେ ଚଳିତ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପାଳନ ହେବ ଶିବ ବିବାହ । ଅଧିକ ପଢ଼ନ୍ତୁ...

Ganthal Fita ritual performed, marriage ceremony of lord shiva and parvati, Shiva and Parvati, ଦେବ ଦମ୍ପତିଙ୍କ ବିବାହ, ହର-ପାର୍ବତୀ ବିବାହ, ଶୀତଳ ଷଷ୍ଠୀ, sital sasthi
ସରିଲା ଗଣ୍ଠାଲ ଫିଟା ନୀତି, ବିବାହ ବନ୍ଧନରେ ଆବଦ୍ଧ ହେବେ ହର-ପାର୍ବତୀ

ସମ୍ବଲପୁର: ଧରାପୃଷ୍ଠରେ ହେବ ଦେବ ଦମ୍ପତିଙ୍କ ବିବାହ । ସମ୍ପୂର୍ଣ୍ଣ ଲୋକାଚାରରେ ହେବ ଦେବ ବିବାହ। ସେଥିପାଇଁ ଏବେ ବର ଓ କନ୍ୟା ପକ୍ଷ ଉଭୟ ପ୍ରସ୍ତୁତ। ସୋମବାର ରାତିରେ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଥିବା ବେଳେ ମଙ୍ଗଳବାର ହୋଇଛି ଗଣ୍ଠାଲ ଫିଟା ନୀତି ।

ମଙ୍ଗଳବାର ରାତି ପ୍ରାୟ 3 ଟାରେ ହେବ ଭଗବାନ ଶିବ ଓ ମାତା ପର୍ବତୀଙ୍କ ବିବାହ ଉତ୍ସବ, ତାହା ପୁଣି ସମ୍ପୂର୍ଣ୍ଣ ଲୋକାଚାରରେ। ସେଥିପାଇଁ ମଙ୍ଗଳବାର ବିବାହ ପୂର୍ବର ସବୁ ରୀତିନୀତି ସମ୍ପନ୍ନ ହୋଇଛି। ମାତା ପର୍ବତୀଙ୍କ ଗତବର୍ଷର ପିତା ମାତା ହୋଇଥିବା ଦମ୍ପତିଙ୍କ ଘରେ ପରମ୍ପରା ମୁତାବକ ଗଣ୍ଠାଲ ଫିଠା ନୀତି ଅନୁଷ୍ଠିତ ହେବାପରେ ମାତା ପର୍ବତୀଙ୍କୁ ମନ୍ଦିରକୁ ନିଆଯାଇଥିଲା ।

ସେଠାରେ ପରମ୍ପରା ମୁତାବକ ପୂଜାର୍ଚ୍ଚନା ହେବା ପରେ ଚଳିତ ବର୍ଷର କନ୍ୟାପିତା ହୋଇଥିବା ଦମ୍ପତ୍ତି ମାତା ପାର୍ବତୀଙ୍କୁ ନିଜ ଘରକୁ ଆଣିଛନ୍ତି । ଏହା ପରେ ପରମ୍ପରା ଅନୁଯାୟୀମାତା ପର୍ବତୀଙ୍କ ତେଲ ହଳଦୀ ସମ୍ପନ୍ନ ହୋଇଛି । ଆଉ ମଙ୍ଗଳବାର ରାତିରେ ବାହାରିବ ଭୋଳାନାଥଙ୍କ ବରଯାତ୍ରୀ ଶୋଭଯାତ୍ରା । ତେବେ ଏଥର ମଧ୍ୟ କୋଭିଡ ଯୋଗୁ ଅତି ନିରାଡ଼ମ୍ବର ଭାବେ ବରଯାତ୍ରୀ ଶୋଭାଯାତ୍ରା ଅନୁଷ୍ଠିତ ହେବ । ରାତି ପ୍ରାୟ 3 ଟାରେ ହେବ ଦେବ ବିବାହ । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.