ETV Bharat / city

ଗଞ୍ଜେଇ ଚାଲାଣ କରୁଥିଲେ ସ୍ୱାମୀ ସ୍ତ୍ରୀ: ପିଛା କରି ଧରିଲା ପୋଲିସ - ସମ୍ବଲପୁର ଖବର

ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏହାସହ ୪ ଜଣଙ୍କୁ ବାନ୍ଧିଛି ପୋଲିସ । ଏହାସହ ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ଗଞ୍ଜେଇ ଚାଲାଣ କରୁଥିଲେ ସ୍ୱାମୀ ସ୍ତ୍ରୀ: ପିଛା କରି ଧରିଲା ପୋଲିସ

author img

By

Published : Mar 10, 2022, 10:40 PM IST

ସମ୍ବଲପୁର : ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏହାସହ ୪ ଜଣଙ୍କୁ ବାନ୍ଧିଛି ପୋଲିସ । ଏହାସହ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଏକ କାରରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ନେଇ ଖବର ସମ୍ବଲପୁର ସଦର ଥାନା ପୋଲିସକୁ ଖବର ମିଳିଥିଲା । ପରେ ସଦର ଥାନା ଅଧିକାରୀ ନିଜ ଟିମ୍ ସହ ମାନେଶ୍ୱର ହାଲିପାଲି ସମ୍ବଲପୁର କଟକ ଜାତୀୟ ରାଜପଥ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସକୁ ଦେଖି କାରଟି ଆହୁରି ଦ୍ରୁତ ଗତିରେ କଟକ ରାସ୍ତା ଅଭିମୁଖେ ମାଡି ଚାଲିଥିଲା ।

ଗଞ୍ଜେଇ ଚାଲାଣ କରୁଥିଲେ ସ୍ୱାମୀ ସ୍ତ୍ରୀ: ପିଛା କରି ଧରିଲା ପୋଲିସ

ଏହାବି ପଢନ୍ତୁ : କଂଗ୍ରେସର ମିଶନ ୟୁପି ଫେଲ, ନାକ କାଟିଦେଲେ ବିକନୀ ଗାର୍ଲ-ପୋଷ୍ଟର ଗାର୍ଲ !

ଏଭଳି ପରିସ୍ଥିତିରେ ସଦର ଥାନା ଅଧିକାରୀଙ୍କ ନେତୄତ୍ବରେ ପୋଲିସ ଟିମ୍ କାରର ପିଛା କରିଥିଲା । ପ୍ରାୟ ୫ କିମି ପିଛା କରିବା ପରେ ହାଲିପାଲି ଛକ ନିକଟରେ କାରଟିକୁ କାବୁ କରିଥିଲା । କାର ମଧ୍ୟରୁ ୫୦ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏଥିସହ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସଦର ପୋଲିସ ଅଭିଯୁକ୍ତ ପତି ପତ୍ନୀ ଶଙ୍କର ଛୁରିଆ ଓ ଶ୍ରିୟାରାଣୀ ଛୁରିଆଙ୍କ ସମେତ ଜ୍ୟୋତିକା ଦାସ, କୁନୁ ମହାନନ୍ଦଙ୍କୁ ଗିରଫ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.