ସମ୍ବଲପୁର: ରାଜ୍ୟରେ ଆସନ୍ତାକାଲି( ଗୁରୁବାର) ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏ କ୍ରମରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
କୁଚିଣ୍ଡା ବ୍ଳକର 2ଟି ଜୋନରେ 17ଟି ପଞ୍ଚାୟତ ଥିବା ବେଳେ ଏଠାରେ 203ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଠାରେ 56,178 ସଂଖ୍ୟକ ମତଦାତା ରହିଛନ୍ତି । ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଅଧିକ ପଢନ୍ତୁ : Panchayat Poll: କେମିତି ହେବ ଭୋଟ ଗଣତି, ବିସ୍ତୃତ ଭାବେ କହିଲେ SECଙ୍କ ସଚିବ
ପୋଲିସ ବିଭାଗ ପକ୍ଷରୁ ଏଠାରେ 2 ଜଣ ଅତିରିକ୍ତ ଏସପି, ଜଣେ ଏସଡିପିଓ ,3 ଜଣ ଡିଏସପି ଓ 5 ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱ ରେ ରହିବେ। ପାଖାପାଖି 15 ପ୍ଲାଟୁନ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ । ପେଟ୍ରୋଲିଂ ପାଇଁ 22ଟି ଟିମ ନିୟୋଜିତ ରହିଛନ୍ତି । ଏନେଇ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ