ETV Bharat / city

ସୁବାଷଙ୍କ ପରେ ସମରଙ୍କ ପାଳି ! ବାହାର ପ୍ରାର୍ଥୀଙ୍କୁ ବିରୋଧ କରି ବିଦ୍ରୋହ - Rairakhol

ଟିକେଟକୁ ନେଇ ରେଢାଖୋଲ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ । ପ୍ରାର୍ଥୀତ୍ବର ପୁନଃବିଚାର ପାଇଁ ଉଠିଲା ଦାବି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Mar 28, 2019, 10:43 PM IST

ସମ୍ବଲପୁର: ଟିକେଟକୁ ନେଇ ବିଜେପିରେ ବଢୁଛି ବିଦ୍ରୋହ । ନିକଟରେ ବରଗଡର ଟାଣୁଆ ନେତା ସୁବାଷ ଚୌହାନ ଏନେଇ ଦଳ ଛାଡିଥିବା ବେଳେ ରେଢାଖୋଲ ବିଜେପିରେ ମଧ୍ୟ ଏବେ ଦେଖାଦେଇଛି ଅସନ୍ତୋଷ । ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ବିରୋଧ କରୁଛନ୍ତି ବହୁ ବିଜେପି କର୍ମୀ । ଏହାର ପୁନଃବିଚାର ପାଇଁ ଦାବି କରିଛନ୍ତି ଏମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଗୁରୁବାର ରେଢାଖୋଲ ନିର୍ବାଚନମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା ଦଳୀୟ କାର୍ଯ୍ୟାଳୟକୁ ଆସି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରେଢ଼ାଖୋଲ ପାଇଁ ପ୍ରାର୍ଥୀତ୍ୱର ପୁନର୍ବିଚାର କରିବାକୁ ଦାବି ହୋଇଛି । ଦଳର ପୁରୁଣା ନେତାଙ୍କ ପ୍ରତି ଅବହେଳା ହୋଇଥିବା କହିଛନ୍ତି 4 ବ୍ଲକର ବହୁ କର୍ମୀ ।

କର୍ମୀଙ୍କ ଅଭିଯୋଗ ଏହା ଯେ ଯେଉଁ ପ୍ରାର୍ଥୀ 25 ବର୍ଷ ହେଲା ଦଳୀୟ ସଙ୍ଗଠନକୁ ସୁଦୃଢ କରିଛନ୍ତି, ତାଙ୍କୁ ଦଳ ଟିକେଟ ଦେଇନି । ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ସମର ପ୍ରଧାନ (ଆଲଫା ବାବୁ) ଟିକେଟରୁ ବାଦ ପଡିଛନ୍ତି । ଅନ୍ୟପଟେ ବାହାରୁ ଆସିଥିବା ଦେବେନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳ । କେଉଁ ଆଧାରରେ ଦେବେନ୍ଦ୍ରଙ୍କ ଦଳ ପ୍ରାର୍ଥୀ କରିଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କର୍ମୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.