ETV Bharat / city

ପୂଜା ଇଣ୍ଡଷ୍ଟ୍ରିରେ CT GSTର ଚଢ଼ାଉ

author img

By

Published : May 21, 2022, 7:46 AM IST

ସମ୍ବଲପୁର ପୂଜା ଇଣ୍ଡଷ୍ଟ୍ରିରେ ସିଟି ଜିଏସଟିର ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଚଢ଼ାଉ । ଟିକସ ଫାଙ୍କୁଥିବା ଅଭିଯୋଗରେ ଏହାର ମାଲିକଙ୍କ ବାସଭବନରେ ମଧ୍ୟ ହୋଇଛି ଚଢ଼ାଉ । ଅଧିକ ପଢ଼ନ୍ତୁ

ପୂଜା ଇଣ୍ଡଷ୍ଟ୍ରିରେ ସିଟି ଜିଏସଟିର ଚଢ଼ାଉ
ପୂଜା ଇଣ୍ଡଷ୍ଟ୍ରିରେ ସିଟି ଜିଏସଟିର ଚଢ଼ାଉ

ସମ୍ବଲପୁର: ପୂଜା ଇଣ୍ଡଷ୍ଟ୍ରିରେ ସିଟି ଜିଏସଟି ଚଢ଼ାଉ । ସମ୍ବଲପୁର ସହର କ୍ଷେତରାଜପୁର ଅଞ୍ଚଳର କ୍ରୀଷ୍ଣାନଗର ଓ ନକ୍ସାପାଲି ସ୍ଥିତ କୁଲର ଏବଂ ଆଲମିରା କାରଖାନା 'ପୂଜା ଇଣ୍ଡଷ୍ଟ୍ରି' ରେ ଏହି ଚଢ଼ାଉ ହୋଇଛି । ଏହାର ମାଲିକ ପ୍ରେମା ଦେବୀ ଅଗ୍ରୱାଲଙ୍କ ବାସଭବନରେ ମଧ୍ୟ ରାଜ୍ୟ ସରକାରଙ୍କ ସିଟି ଜିଏସଟିର ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଟିକସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାଯାଇଛି ।

ଡେପୁଟି କମିଶନର ସୁବୋଧ କୁମାର ପଣ୍ଡାଙ୍କ ନେତୃତ୍ବରେ ହୋଇଥିବା ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ରହିଛନ୍ତି । କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଯାଞ୍ଚକରି ତଦନ୍ତ ଜାରି ରହିଥିବା ସିଟି ଏବଂ ଜିଏସଟି ପ୍ରବର୍ତ୍ତନ ବିଭାଗର ଯାଞ୍ଚ ଅଧିକାରୀ ସୁରଞ୍ଜନ ସାଗର ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.