ETV Bharat / city

ଏଡସ୍ ରୋଗୀଙ୍କ ଅସ୍ତ୍ରୋପଚାର ଘଟଣା: ମୁହାଁମୁହିଁ ଅଧୀକ୍ଷକ-ବିଭାଗୀୟ ମୁଖ୍ୟ - ଦାନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ବାଇଁ

ବୁର୍ଲା ଭୀମସାର ମେଡିକାଲର ଦାନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ବାଇଁଙ୍କ ଏଡସ ରୋଗୀଙ୍କ ଅସ୍ତ୍ରୋପଚାର ଘଟଣା ପ୍ରଘଟ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧୀକ୍ଷକ ଲାଲ ମୋହନ ନାଏକ । ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସପକ୍ଷରେ ବାହାରିଛନ୍ତି ଅଧୀକ୍ଷକ। ସେପଟେ ବିଭାଗୀୟ ମୁଖ୍ୟ ଏହା ଡାକ୍ତରଙ୍କ ଦାୟିତ୍ବହୀନତା ବୋଲି କହିଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 30, 2019, 1:00 PM IST

Updated : Oct 30, 2019, 2:38 PM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲର ଦାନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ବାଇଁ ଏଡସ ରୋଗୀଙ୍କ ଅସ୍ତ୍ରୋପଚାର କରିବା ଘଟଣା ପ୍ରଘଟ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧୀକ୍ଷକ ଲାଲ ମୋହନ ନାଏକ । ସେ କହିଛନ୍ତି ଏଡସ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅନ୍ୟ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ପୂର୍ବରୁ ଉପଯୁକ୍ତ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ସେଥିପାଇଁ ଅନ୍ୟ ରୋଗୀଙ୍କୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ଅଧୀକ୍ଷକ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏନେଇ ଆଜି ଅଧୀକ୍ଷକ କହିଛନ୍ତି ଯେ, ‘ଏହା ଆମ ନିଜ ୱାର୍ଡ ଭିତର କଥା, ସେଥିପାଇଁ କୌଣସି ତଦନ୍ତ ହେବନାହିଁ। ଏଥିରେ ରୋଗୀମାନେ ବିପଦମୁକ୍ତ ଓ ଅନ୍ୟ ରୋଗୀଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ଭିନ୍ନ ଉପକରଣରେ ଅସ୍ତ୍ରୋପଚାର କରାଯାଇଛି।’ ତେବେ ଏଡସ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଆଉ କେତେ ଲୋକଙ୍କ ଅସ୍ତ୍ରୋପଚାର କରାଯାଇଛି, ତାର ଯାଞ୍ଚ ହେବ ବୋଲି ଅଧୀକ୍ଷକ କହିଛନ୍ତି ।

ଅଡିଓ କ୍ଲିପ୍

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମୁଖ୍ୟ ଅନୁପ ଶତପଥୀ । ସେ କହିଛନ୍ତି ଯେ, ‘ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏଠାରେ ଅପେରସନ କରିଥିବା ଡାକ୍ତର ନିଜର କର୍ତ୍ତବ୍ୟ ନୁହେଁ ଦାୟିତ୍ବହୀନତା ଦେଖାଇଛନ୍ତି ।’

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା ଓ ଭୁବନେଶ୍ବରରୁ ଲକ୍ଷ୍ନୀକାନ୍ତ ଦାସ, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ର ଦାନ୍ତ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ ଏଡସ ରୋଗୀ ଙ୍କ ଅସ୍ତ୍ରୋପଚାର ନେଇ ବିବାଦ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧିକ୍ଷକ ଲାଲ ମୋହନ ନାଏକ। ସେ କହିଛନ୍ତି ଏଡସ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅନ୍ୟ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ପୂର୍ବରୁ ଉପଯୁକ୍ତ ସତର୍କତା ମୁଳକ ପଦକ୍ଷେପ ନିଆଯାଇଛି। ସେଥିପାଇଁ ଅନ୍ୟ ରୋଗୀଙ୍କୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ଅଧିକ୍ଷକ।

Body:ଏନେଇ ଆଜି ଅଧିକ୍ଷକ କହିଛନ୍ତି ଯେ ଏହା ଆମ ନିଜ ୱାର୍ଡ ଭିତର କଥା ସେଠିଆଇଁ କୌଣସି ତଦନ୍ତ ହେବନାହିଁ। ଏଥିରେ ରୋଗୀ ମନେ ବିପଦମୁକ୍ତ ଓ ଅନ୍ୟ ରୋଗୀଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ଭିନ୍ନ ଉପକରଣ ରେ ଅସ୍ତ୍ରୋପଚାର କରାଯାଇଛି।

Conclusion:ତେବେ ଏଡସ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଆଉ କେତେ ଲୋକଙ୍କ ଅସ୍ତ୍ରୋପଚାର କରାଯାଇଛି ତାର ଯାଞ୍ଚ ହେବ ବୋଲି ଅଧିକ୍ଷକ କହିଛନ୍ତି।

ବାଇଟ-1-ଲାଲ ମୋହନ ନାଏକ, ଅଧୀକ୍ଷକ, ବୁର୍ଲା, ଭୀମସାର,
Last Updated : Oct 30, 2019, 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.