ETV Bharat / city

ଦଳିତ ବିରୋଧୀ ସୋସିଆଲ ମିଡ଼ିଆ ମନ୍ତବ୍ୟକାରୀଙ୍କୁ BSPର ଗିରଫ ଦାବି - ବହୁଜନ ସମାଜ ପାର୍ଟି

ଦଳିତଙ୍କ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବହୁଜନ ସମାଜ ପାର୍ଟି(BSP)ର ସମ୍ବଲପୁର ଜିଲ୍ଲା ସଭାପତି ଗିରଫ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଦଳିତ ବିରୋଧୀ ସୋସିଆଲ ମିଡ଼ିଆ ମନ୍ତବ୍ୟକାରୀଙ୍କୁ BSPର ଗିରଫ ଦାବି

author img

By

Published : Aug 10, 2021, 4:44 PM IST

ସମ୍ବଲପୁର: ଗତ ୫ ତାରିଖରେ ଦଳିତମାନଙ୍କ ବିରୋଧରେ ଜଣେ ବ୍ୟକ୍ତି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ବ୍ୟକ୍ତିଙ୍କ ବିରୋଧରେ ବହୁଜନ ସମାଜ ପାର୍ଟି(BSP) SPଙ୍କୁ ଭେଟି ଗିରଫ ଦାବି କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛି ।

ଦଳିତ ବିରୋଧୀ ସୋସିଆଲ ମିଡ଼ିଆ ମନ୍ତବ୍ୟକାରୀଙ୍କୁ BSPର ଗିରଫ ଦାବି

ଏଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜୟବ୍ରତ ଦେ । ସେ ଦଳିତ ମାନଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏନେଇ ପୋଲିସ ପାଖରେ ଏତଲା ଦିଆଯିବା ପରେ ମଧ୍ୟ ଜୟବ୍ରତ ଦେଙ୍କୁ କାହିଁକି ଗିରଫ କରାଯାଉନି ବୋଲି BSP ପ୍ରଶ୍ନ କରିବା ସହ SPଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ଜୟବ୍ରତ ଦଳିତଙ୍କ ବିରୁଦ୍ଧରେ ଆପତ୍ତିଜନକ ପୋଷ୍ଟ କରିଥିଲେ ମଧ୍ୟ ପୋଲିସ ଚୁପ ବସିଥିବା ଅଭିଯୋଗ ହୋଇଛି ।

ଏନେଇ ଆଜି(ମଙ୍ଗଳବାର) ବିଏସପି ବିକ୍ଷୋଭ ପ୍ରଦର୍ଶନ କରିଛି । BSPର ଏକ ପ୍ରତିନିଧି ଦଳ ସମ୍ବଲପୁର SPଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ଦେବା ସହ ଦଳିତ ବିରୋଧୀ ମନ୍ତବ୍ୟ ଦେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବି କରିଛନ୍ତି । ଆଗାମୀ ଦିନରେ ଏନେଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.