ସମ୍ବଲପୁର: ବିରୋଧୀ ଦଳର ନେତା ହେବା ପରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତରେ ଆସିଛନ୍ତି (Leader of Opposition Jayanarayan mishra came to Sambalpur)। ଏହି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା (welcome ceremony of jayanarayan mishra) ଜଣାଯାଇଛି । ଏଥିପାଇଁ ଦଳ ପକ୍ଷରୁ ସମ୍ବଲପୁର ସହରରେ ଏକ ବାଇକ ଶୋଭାଯାତ୍ରା (bjp bike procession in sambalpur) କରାଯାଇଥିଲା ।
ଶୋଭଯାତ୍ରା ସମୟରେ ଜୟ ନାରାୟଣ ମିଶ୍ର ସହର ପରିକ୍ରମା କରିବା ସହ ମା' ସମଲେଶ୍ବରୀ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହାପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିକୁ କହିଥିଲେ, "ବର୍ତ୍ତମାନ ଚାଷୀଙ୍କ ଅବସ୍ଥା ଶୋଚନୀୟ ରହିଛି । ଏଥିରେ ସୁଧାର ଆଣିବାକୁ ପଡିବ ।" ତେବେ ରାଜ୍ୟର ଲୋକଙ୍କ ପ୍ରତ୍ୟେକ ସମସ୍ୟାକୁ ବିଧାନସଭାରେ ଉଠାଇବି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।'
ଏହା ମଧ୍ୟ ପଢ଼ନ୍ତୁ: Leader of Opposition: ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର
ସୂଚନା ଥାଉକି, ବର୍ତ୍ତମାନର ବିରୋଧୀ ଦଳ ନେତା ଥିବା ଭବାଣିପାଟଣା ବିଧାୟକ ପ୍ରଦୀପ୍ତ ନାୟକ ଅସୁସ୍ଥ ଅଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ରହିବା ସହ ରାଜ୍ୟ ବାହାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ । ଫଳରେ ଗତ କିଛି ଦିନ ତଳେ ବିରୋଧୀ ଦଳ ନେତା ପରିବର୍ତ୍ତନ ପାଇଁ ବିଜେପି ବିଧାୟକ ମାନେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ସାକ୍ଷାତ କରିଥିଲେ । ପରେ ବିଧାୟକ ମାନଙ୍କ ପକ୍ଷରୁ କେବଳ ଜୟ ନାରାୟଣ ମିଶ୍ରଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା । ଯାହାର ମୋହର ମାରିଥିଲା କେନ୍ଦ୍ରୀୟ ବିଜେପି ।
ଇଟିଭି ଭାରତ, ସମ୍ବଲପୁର