ETV Bharat / city

ସମଳେଇ ଯୋଜନା ପାଇଁ ଭୂମିପୂଜନ ସମ୍ପନ୍ନ - ସମଳେଇ ଯୋଜନା କାମ ଆରମ୍ଭ

ଆଜିଠାରୁ ସମ୍ବଲପୁରରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ସମଳେଇ ଯୋଜନା ପ୍ରକଳ୍ପର ଭୂମିପୂଜା। ଆଜି ସମଳେଇ ଯୋଜନାର ଏହି ବୃହତ୍ତର ପ୍ରକଳ୍ପ ନେଇ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହେବା ସହ ଭୂମିପୂଜା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ସମଳେଇ ଯୋଜନା ପାଇଁ ଭୂମିପୂଜନ ସମ୍ପନ୍ନ
ସମଳେଇ ଯୋଜନା ପାଇଁ ଭୂମିପୂଜନ ସମ୍ପନ୍ନ
author img

By

Published : Apr 15, 2022, 9:14 PM IST

ସମ୍ବଲପୁର: ଆଜିଠାରୁ ସମ୍ବଲପୁରରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ସମଳେଇ ଯୋଜନା ପ୍ରକଳ୍ପର ଭୂମିପୂଜା । ଆଜି ସମଳେଇ ଯୋଜନାର ଏହି ବୃହତ୍ତର ପ୍ରକଳ୍ପ ନେଇ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହେବା ସହ ଭୂମିପୂଜା ସମ୍ପନ୍ନ ହୋଇଛି । ଆଜି ସମ୍ବଲପୁର ପାଟଣେଶ୍ବରୀ ମନ୍ଦିର ସମ୍ମୁଖ ଅଞ୍ଚଳରେ ହୋଇଥିବା ଏହି ପୂଜାର୍ଚ୍ଚନାରେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଓ ସମଳେଇ ଯୋଜନାର ଠିକା ସଂସ୍ଥା ଅଧିକାରୀ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ସମଳେଇ ଯୋଜନା ପାଇଁ ଭୂମିପୂଜନ ସମ୍ପନ୍ନ

ରାଜ୍ୟ ସରକାର ସମଲେଶ୍ବରୀ ମନ୍ଦିର ସମେତ ଏହାର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସମଳେଇ ଯୋଜନାରେ 200 କୋଟି ଟଙ୍କା ବ୍ୟୟ ଅଟକଳର ଘୋଷଣା କରିଛନ୍ତି । ତେବେ ଆଜି ଏହି ପ୍ରକଳ୍ପ ପାଇଁ ଭୂମି ପୂଜା ହେବା ସହ ଆଗାମୀ ଦେଢବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଦ୍ବାରା ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡିଶାରେ ଅଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ ହେବ ବୋଲି ଆଶା କରାଯାଉଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.