ETV Bharat / city

ଆତ୍ମନିର୍ଭରଶୀଳ ଭୀଷ୍ମ, ଘର ପରିସରରେ କରିଛନ୍ତି ନର୍ସରୀ

author img

By

Published : Oct 5, 2020, 12:59 PM IST

ସମ୍ବଲପୁର ଅନୁଗୁଳିଆପଡାର ଭୀଷ୍ମ କୁମାର ମେହେର । ନିଜ ଘର ପରିସରରେ ନର୍ସରୀ କରି ନିଜେ ଆତ୍ମନିର୍ଭର ହେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ସେ । ଅଧିକ ପଢନ୍ତୁ...

ଘର ପରିସରରେ ହୋମ ନର୍ସରୀ କରି ଆତ୍ମନିର୍ଭରଶୀଳ ବନିଛନ୍ତି ସମ୍ବଲପୁରର ଭୀଷ୍ମ

ସମ୍ବଲପୁର: ବୃକ୍ଷ ହିଁ ଜୀବନକୁ ନିଜର ବ୍ରତ କରି ଏହି ଦିଗରେ କାମ କରୁଛନ୍ତି ସମ୍ବଲପୁର ଅନୁଗୁଳିଆ ପଡାର ଭୀଷ୍ମ କୁମାର ମେହେର । ନିଜ ଘର ପରିସରରେ ଛୋଟ ନର୍ସରୀଟିଏ କରି ଗଛ ଲଗାଇବା ନିଶାକୁ ପେସାରେ ପରିଣତ କରିଛନ୍ତି ସେ । ଏଠାରେ ବିଭିନ୍ନ ପ୍ରକାର ଫୁଲ, ଫଳ ଓ ସୌନ୍ଦର୍ଯ୍ୟ ବଢାଉଥିବା ପାଖାପାଖି 600 ପ୍ରକାରର ଚାରା ଗଛ ଲଗାଇଛନ୍ତି ।

ସେହିପରି କଲମୀ କରି ସେ 200 ପ୍ରକାରର ଗୋଲାପ ଚାରା ମଧ୍ୟ କରିଛନ୍ତି । ଛୋଟ ବେଳୁ ଗଛ ଲତା ପ୍ରତି ଥିବା ଦୁର୍ବଳତା ହିଁ ତାଙ୍କୁ ଆଜି ଚାରା ତିଆରି କରିବାର ପ୍ରେରଣା ଯୋଗାଇବା ସହ ଆତ୍ମନିର୍ଭର କରିପାରିଛି । ସମ୍ବଲପୁରର ଏହି ବୃକ୍ଷ ମାନବ ଭୀଷ୍ମ ପୂର୍ବରୁ ନିଜ ସଉକରେ ବିଭିନ୍ନ ପ୍ରକାର ଚାରା ଗଛ ସଂଗ୍ରହ କରି ନିଜେ ଲଗାଇବା ସହ ନିଜ ବନ୍ଧୁ ମାନଙ୍କୁ ବାଣ୍ଟୁଥିଲେ।

ଏଥିପାଇଁ 2017 ମସିହାର ଜିଲ୍ଲା କୃଷି ମହୋତ୍ସବରେ ସେ ହର୍ଟିକଲଚରିଷ୍ଟ ପୁରଷ୍କାର ମଧ୍ୟ ପାଇଥିଲେ। ପରେ ଏଠାରୁ ସେ ପ୍ରେରଣା ପାଇ କିଛି ଅର୍ଥ ନିବେଶ କରି ବଗିଚାରେ ଛୋଟ ନର୍ସରୀ କରିବା ସହ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଆଉ ତାଙ୍କର ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.