ETV Bharat / city

ଚାଷୀଙ୍କ ନାଁରେ କୃଷି ଯନ୍ତ୍ରପାତି ଆଣି ଏଜେଣ୍ଟ ଲକ୍ଷାଧିକ ଟଙ୍କାର ସବସିଡି ହଡପ ଅଭିଯୋଗ

ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଜୁରାବାହାଲ ଗାଁରେ ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ କୃଷି ଯନ୍ତ୍ରପାତି ଋଣ କରି ଆଣି ସେମାନଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କାର ସବସିଡ଼ି ରାଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ଚାଷୀଙ୍କ ନାଁରେ କୃଷି ଯନ୍ତ୍ରପାତି ଆଣି ଏଜେଣ୍ଟ ଲକ୍ଷାଧିକ ଟଙ୍କାର ସବସିଡି ହଡପ ଅଭିଯୋଗ
ଚାଷୀଙ୍କ ନାଁରେ କୃଷି ଯନ୍ତ୍ରପାତି ଆଣି ଏଜେଣ୍ଟ ଲକ୍ଷାଧିକ ଟଙ୍କାର ସବସିଡି ହଡପ ଅଭିଯୋଗ
author img

By

Published : Oct 18, 2020, 8:38 PM IST

ସମ୍ବଲପୁର: ଗରିବ ନିରୀହ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ନାଁରେ କୃଷି ଯନ୍ତ୍ରପାତି ଋଣ କରି ଜଣେ ଏଜେଣ୍ଟ ଲକ୍ଷ ଲକ୍ଷ ଟଙ୍କାର ସବସିଡି ଖାଇ ଯାଇଥିବାର ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଜୁରାବାହାଲ ଗାଁରୁ । ଏହି ଗାଁର 12 ଜଣ ଗରିବ ନିରୀହ କ୍ଷୁଦ୍ର ଚାଷୀଙ୍କ ସରଳତାର ଫାଇଦା ନେଇ ଅମିତ ପଟେଲ ନାମକ ଜଣେ ଏଜେଣ୍ଟ ସେମାନଙ୍କ ଠାରୁ ଆଧାର କାର୍ଡ ଆଦି କାଗଜ ପତ୍ର ନେଇ ତାଙ୍କ ନାଁରେ ଧାନ ରୁଆ ମେସିନ କିଣି, ସେମାନଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କାର ସବସିଡ଼ି ରାଶି ହଡ଼ପ କରିଥିବା ଅଭିଯୋଗ ହୋଇଛି।

ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ମହୁଳପାଲି ଥାନାର ଜୁରାବାହାଲ ଗାଁର କେତେକ ଗରିବ ଚାଷୀ ନିଜ ଅଜାଣତରେ ନିଜ ନାଁରେ ହୋଇଥିବା ଏମିତି ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ସମ୍ବଲପୁର ଜିଲ୍ଳାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଏକ କମ୍ପାନୀର ଏଜେଣ୍ଟ ଅମିତ ପଟେଲ ବିଲୁଙ୍ଗ ଗାଁ ଓ ଜୁରାବାହାଲ ଗାଁର ବହୁ ଗରିବ ଚାଷୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ଆଧାର କାର୍ଡ ଆଦି କାଗଜପତ୍ର ହାତେଇ ସମସ୍ତଙ୍କ ନାଁରେ ଧନରୁଆ ଯନ୍ତ୍ର କିଣି ସେଥରୁ ମିଳିଥିବା ସବ ସିଡ଼ି ଟଙ୍କା ଖାଇଯିବା ସହ କୃଷି ଯନ୍ତ୍ର ପାତି ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି।

ଚାଷୀଙ୍କ ନାଁରେ କୃଷି ଯନ୍ତ୍ରପାତି ଆଣି ଏଜେଣ୍ଟ ଲକ୍ଷାଧିକ ଟଙ୍କାର ସବସିଡି ହଡପ ଅଭିଯୋଗ

ଅନ୍ୟପଟେ ଏହି ଗରିବ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ସବୁ ଋଣ କାରବାର ହୋଇଥିବା ଦେଖାଯାଉଛି। ଏହା ଜାଣିବା ପରେ ଏହି ଚାଷୀ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରି ଏହି ଦୁର୍ନୀତି ତଦନ୍ତ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.