ସମ୍ବଲପୁର: ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଆହୁରି 2ଟି ଗେଟକୁ ଖୋଲିଛି ହୀରାକୁଦ । ପୂର୍ବରୁ 6ଟି ଗେଟ୍ ଖୋଲା ଯାଇଥିବାବେଳେ ଆଜି ମୋଟ 8ଟି ଗେଟ ଖୋଲାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା 20ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.69 ଫୁଟ ରହିଛି । ଏହି ସମୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 2,56,631 କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିସହ ଜଳ ଭଣ୍ଡାରରୁ ସେକେଣ୍ଡ ପ୍ରତି 3,10,444 କ୍ୟୁସେକ ଜଳ ନିଷ୍କାସନ ହେଉଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଗତ ଶୁକ୍ରବାର ହୀରାକୁଦ ଡ୍ୟାମର ମୋଟ 12ଟି ଗେଟ୍ ଦେଇ ପାଣି ଛଡାଯାଇଥିଲା । କିନ୍ତୁ ଗତକାଲି ସକାଳେ 6ଟି ଗେଟ୍କୁ ବନ୍ଦ କରାଯାଇଥିଲା । କିନ୍ତୁ ଦିନ ତମାମ ସମ୍ବଲପୁର ସହରରେ ବର୍ଷା ଲାଗି ରହିଥିବାରୁ ଗତ ରାତିରେ ପୁଣି ଥରେ 6ଟି ଗେଟ୍କୁ ଖୋଲାଯାଇଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ