ETV Bharat / city

ସମ୍ବଲପୁର ଝିଅ ଲିପ୍ସାଙ୍କୁ ସ୍ମାର୍ଟଫୋନ ପଠାଇଲେ ସୋନୁ ସୁଦ

author img

By

Published : Sep 12, 2020, 10:52 PM IST

ବଲିଉଡ ବଏ ସୋନୁ ସୁଦ ସମ୍ବଲପୁରର ଏକ ମେଧାବୀ ଛାତ୍ରୀଙ୍କୁ ଦେଲେ ସ୍ମାର୍ଟ ଫୋନ। ଲିପସାଙ୍କ ବାନ୍ଧବୀ ଗତ ସେପ୍ଟେମ୍ବର ୧ ତାରିଖ ସୋନୁ ସୁଦଙ୍କୁ ଏକ ଟ୍ଵିଟ କରି ଜଣାଇ ଥିଲେ । ଅଧିକ ପଢନ୍ତୁ...

ସୋନୁ ସୁଦ ସମ୍ବଲପୁରର ଝିଅ ଲିପ୍ସାଙ୍କୁ ପଠାଇଲେ ସ୍ମାର୍ଟ ଫୋନ

ସମ୍ବଲପୁର: ବଲିଉଡ ବଏ ସୋନୁ ସୁଦ ସମ୍ବଲପୁରର ଏକ ମେଧାବୀ ଛାତ୍ରୀଙ୍କୁ ଦେଲେ ସ୍ମାର୍ଟଫୋନ। ମେଧାବୀ ଛାତ୍ରୀଙ୍କ ଜଣେ ସାଙ୍ଗ ସୋନୁ ସୁଦଙ୍କୁ ନିଜ ସାଙ୍ଗକୁ ଏକ ସ୍ମାର୍ଟ ଫୋନ ଦେବାପାଇଁ ଅନୁରୋଧ କରିଥିଲେ।

ସମ୍ବଲପୁର କ୍ଷେତରାଜପୁର ଚନ୍ଦନନଗର ଲିପସାଙ୍କ ବାନ୍ଧବୀ ଛବିରାଣୀ ଗତ ସେପ୍ଟେମ୍ବର ୧ ତାରିଖ ସୋନୁ ସୁଦଙ୍କୁ ଏକ ଟ୍ଵିଟ କରି ଜଣେଇ ଥିଲେ । ତାଙ୍କ ସାଙ୍ଗ ମ୍ୟାଟ୍ରିକ ପରୀକ୍ଷା ରେ 90.06 ପ୍ରତିଶତ ଓ ଯୁକ୍ତ 2 ବିଜ୍ଞାନରେ 96 ପ୍ରତିଶତ ମାର୍କ ରଖିଛନ୍ତି ଓ ଏବେ ସେ ମେଡିକାଲ ନିଟ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି।ଏହା ସହ ସେ ଗରିବ ହୋଇଥିବାରୁ ତାଙ୍କୁ ଏକ ସ୍ମାର୍ଟ ଫୋନ ଦିଆଗଲେ ସେ ଏହି ପରୀକ୍ଷା ପାଇଁ ଅନ ଲାଇନରେ ପାଠ ପଢିପାରିବେ। କିଛି ଦିନପରେ ସୋନୁଙ୍କ ଟିମର ଜଣେ ସଦସ୍ୟ କରନ ମାଲହୋତ୍ରା ଛବରାଣୀଙ୍କୁ ଲିପସା ବିଷୟରେ ପଚାରିଥିଲେ ।ତେଵେ ଲିପସାଙ୍କ ବିଷୟରେ ବିସ୍ତୁତ ଭାଵେ ସୋନୁ ଙ୍କ ଟିମ ଜାଣିବାକୁ ପାଇବା ପରେ ସୋନୁ ସୁଦଙ୍କ କାର୍ଯ୍ୟାଳୟରୁ ସମ୍ବଲପୁର ଯୁବନେତା ସଞ୍ଜିତ ମହାନ୍ତିଙ୍କୁ ଯୋଗାଯୋଗ କରି ଲିପସାଙ୍କୁ ଏକ ସ୍ମାର୍ଟ ଫୋନ ଯୋଗାଇ ଦିଆଯାଇଥିଲା।

ଲିପସାଙ୍କ ବାପା ଜଣେ ଅଟୋରିକ୍ସା ଚାଳକ ଅଟନ୍ତି। କୋରୋନା କଟକଣା ଯୋଗୁ ତାଙ୍କର ଆର୍ଥିକ ସ୍ଥିତି ଠିକ ନଥିବାରୁ ଅନଲାଇନ ପାଠ ପଢାରେ ଅସୁଵିଧା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.