ସମ୍ବଲପୁର: ବୁର୍ଲାରେ ପୋଲିସକୁ ଆକ୍ରମଣ । ବୁର୍ଲା ପୋଲିସର ଦୁଇ ଜଣ କନେଷ୍ଟବଳ ଲହୁଲୁହାଣ ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବୁର୍ଲା ପିଜି ଛକ ନିକଟରେ ଥିବା ଏକ ବେସରକାରୀ ହସ୍ପିଟାଲ ନିକଟରେ ଜଣେ ଦୋକାନୀ ଓ ଜଣେ ଯୁବକ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ହସ୍ପିଟାଲ ନିକଟରେ ଅସ୍ଥାୟୀ କ୍ୟାମ୍ପ କରି ରହିଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଝଗଡା କରିବାକୁ ମନା କରିଥିଲେ।
କିଛି ସମୟ ପରେ ସେହି ଯୁବକ ପୁନର୍ବାର ଏକ ଠେଙ୍ଗା ଆଣି ସେଠାରେ ଥିବା ଦୁଇଜଣ ପୋଲିସ କନେଷ୍ଟବଳ ଉପରକୁ ଆକ୍ରମଣ କରିଥିଲା। ଫଳରେ ଦୁଇଜଣ ପୋଲିସ କନେଷ୍ଟବଳ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଆକ୍ରମଣ କରିଥିବା ଯୁବକ ମଧ୍ୟ ପୋଲିସ ସହ ଧସ୍ତାଧସ୍ତିରେ ଆହତ ହୋଇପଡିଥିବା ଜଣାପଡ଼ିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ