ETV Bharat / city

400 ବୋତଲ ବେଆଇନ କଫ ସିରଫ ଜବତ, 4 ଗିରଫ - କଫ ସିରଫ ଚୋରା ଚାଲାଣ

ବେଆଇନ କଫ ସିରଫ ଚୋରା ଚାଲାଣବେଳେ ଧରିଲା ବୁର୍ଲା ପୋଲିସ । ଯାତ୍ରୀବାହୀ ଅଟୋରୁ ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ । ଚୋରା ଚାଲାଣକୁ ନେଇ ବୁଦ୍ଧିଜୀବୀ ମହଲରେ ବଡ଼ ଚିନ୍ତାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

400 ବୋତଲ ବେଆଇନ କଫ ସିରଫ ଜବତ, 4 ଗିରଫ।
400 ବୋତଲ ବେଆଇନ କଫ ସିରଫ ଜବତ, 4 ଗିରଫ।
author img

By

Published : May 1, 2021, 9:28 PM IST

ସମ୍ବଲପୁର: ଅଟୋରେ କଫ ସିରଫ ଚୋରା ଚାଲାଣ । ବେଆଇନ ଭାବେ କଫ ସିରଫ ଚାଲାଣବେଳେ ଧରିଲା ବୁର୍ଲା ପୋଲିସ । ସମ୍ବଲପୁରରୁ ବରଗଡ଼କୁ କଫ ସିରଫ ଚୋରା ଚାଲାଣ ହେଉଥିବାବେଳେ ଧରିଲା ପୋଲିସ । ଏହି ମାମଲାରେ 4 ଅଭିଯୁକ୍ତ ଗିରଫ ।

400 ବୋତଲ ବେଆଇନ କଫ ସିରଫ ଜବତ, 4 ଗିରଫ।
400 ବୋତଲ ବେଆଇନ କଫ ସିରଫ ଜବତ, 4 ଗିରଫ।

ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଛକ ନିକଟରୁ ଏକ ଯାତ୍ରୀବାହୀ ଅଟୋରୁ ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ । ଅଟୋରେ 400 ବୋତଲ ଏସକଫ୍ କଫ ସିରଫ ଚାଲାଣ ହେଉଥିବାବେଳେ ପୋଲିସ ଏହାକୁ ଧରିଛି । ଏହାସହ ଏହି ବେଆଇନ କଫ ସିରଫ କାରବାର କରିଥିବା ଅଭିଯୋଗରେ ପୋଲିସ 4 ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲାର ସୋହେଲା ଅଞ୍ଚଳର ଅନୀଲ ସାହୁ, ସନ୍ତୋଷ ମାଝୀ, ପଞ୍ଚାନନ ବେହେରା ଓ ନିତୁ ବାରିକ । ଏମାନଙ୍କୁ ଗୋଶାଳା ଲଡୁଖାଇ ଛକରୁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଧରିଥିଲା । ଅଟୋ ସହ 400 ବୋତଲ କଫ ସିରଫକୁ ସିଜ କରିଛି ପୋଲିସ । ଏନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

400 ବୋତଲ ବେଆଇନ କଫ ସିରଫ ଜବତ, 4 ଗିରଫ।
400 ବୋତଲ ବେଆଇନ କଫ ସିରଫ ଜବତ, 4 ଗିରଫ।

ଦୀର୍ଘଦିନ ପରେ ସମ୍ବଲପୁର ଜିଲ୍ଲାରେ କଫ ସିରଫ ଜବତ ସହ ବିଭିନ୍ନ ସମୟରେ ଅଭିଯୁକ୍ତ ଗିରଫ ହେଉଥିଲେ ମଧ୍ୟ ଏହି କାରବାର ଉପରେ ସମ୍ପୂର୍ଣ୍ଣ ରୂପେ ରୋକ୍ ଲାଗୁନି । ଆଉ ଏହା ସଚେତନ ନାଗରିକଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି ।

ସମ୍ବଲପୁରରୁ ବାଦଶାହା ଜୁୂ୍ସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.