ETV Bharat / city

ନାବାଳିକାକୁ ବନ୍ଧକ ରଖି ଅନୈତିକ କାର୍ଯ୍ୟ କରିବାକୁ କରାଯାଉଥିଲା ବାଧ୍ୟ, 3 ଗିରଫ

author img

By

Published : Feb 28, 2021, 8:18 AM IST

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଅନୈତିକ କାରବାରରେ ୩ ଗିରଫ । କୁଚିଣ୍ଡା ଥାନା ଜ୍ୟୋତିପଡା ଠାରେ ନାବାଳିକାକୁ ଜଣେ ମହିଳା ଜୋର ଜବରଦସ୍ତ ନିଜ କବଜାରେ ରଖି ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ...

କୁଚିଣ୍ଡାରେ ଅନୈତିକ କାରବାରରେ ୩ ଗିରଫ
କୁଚିଣ୍ଡାରେ ଅନୈତିକ କାରବାରରେ ୩ ଗିରଫ

ସମ୍ବଲପୁର : କୁଚିଣ୍ଡାରେ ନାବାଳିକାକୁ ନେଇ ଅନୈତିକ କାରବାର କରାଯାଉଥିବା ଅଭିଯୋଗ । ଘଟଣାରେ 3 ଜଣକୁ ଗିରଫ କଲା କୁଚିଣ୍ଡା ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଯୁବକ ଓ ମହିଳା ସମେତ କୁଚିଣ୍ଡା ଥାନାର ହୋମଗାର୍ଡକୁ ମଧ୍ୟ ଗିରଫ କରିଛି ପୋଲିସ ।

ନାବାଳିକାକୁ ବନ୍ଧକ ରଖି ଅନୈତିକ କାର୍ଯ୍ୟ କରିବାକୁ କରାଯାଉଥିଲା ବାଧ୍ୟ

କୁଚିଣ୍ଡା ଥାନା ଜ୍ୟୋତିପଡା ଅଞ୍ଚଳରେ ଜଣେ ନାବାଳିକାକୁ ଜବରଦସ୍ତ କବଜା ରଖି ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା । ନାବାଳିକା ଜଣକ ସେଠାରୁ ଖସି ଆସି ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ନାବାଳିକାକୁ କାନ୍ଦୁଥିବାର ଦେଖି କେହି ଜଣେ ଉଦ୍ଧାର କରିବା ପରେ ଚାଇଡ ଲାଇନକୁ ଖବର ଦେଇଥିଲେ । ନାବାଳିକା ଠାରୁ ସମସ୍ତ ବିଷୟ ଜାଣିବା ପରେ ଚାଇଲ୍ଡ ଲାଇନ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲା ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ନାବାଳିକା ଜଣେ ଯୁବକ ପ୍ରେମ ଜାଲରେ ପଡି ଗର୍ଭବତୀ ହେବା ପରେ ଉକ୍ତ ଯୁବକ ତାଙ୍କୁ ଛାଡି ଫେରାର ହୋଇଯାଇଥିଲା । ଏହି ସମୟରେ ନାବାଳିକା ଜଣକ ଜ୍ୟୋତିପଡାରେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲେ । ଏହାର ସୁଯୋଗ ନେଇ ଉକ୍ତ ମହିଳା ନାବାଳିକାକୁ ବନ୍ଧକ ରଖି ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ । କୁଚିଣ୍ଡା ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ନାବାଳିକା ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ସେପଟେ, କୁଚିଣ୍ଡା ଡାକ୍ତରଖାନାରେ ନାବାଳିକାର ଡାକ୍ତରୀ ମାଇନା କରିଥିବାବେଳେ ନାବାଳିକା ଝିଅକୁ ସମ୍ବଲପୁର ମେଡିକାଲକୁ ଡାକ୍ତରିମାଇନା ପାଇଁ ପଠାଇ ଦେଇଛି । ତେବେ ଗିରଫ ମହିଳା ସେହି ସ୍ଥାନରେ ଅନୈତିକ ଭାବେ ଦେହ ବେପାର ଚଳାଇ ଆସୁଥିଲେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.