ETV Bharat / city

ସମ୍ବଲପୁର 2 ହାତୀ ମୃତ୍ୟୁ ଘଟଣା, ବ୍ୟବଚ୍ଛେଦ ହେଲା ମୃତଦେହ

author img

By

Published : Oct 8, 2022, 10:58 AM IST

ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତିଲେଇମାଲ ଗ୍ରାମ ନିକଟସ୍ଥ ପତରା ଜଙ୍ଗଲ ନିକଟରେ ଗତ ଗୁରୁବାର 2ଟି ହାତୀର ମୃତଦେହ ଠାବ ଘଟଣା । ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ

କୁଚିଣ୍ଡା ଜମେନକିରା ରେଞ୍ଜରେ ହାତୀଙ୍କ ମୃତଦେହ ଉଦ୍ଧାର ଘଟଣା

ସମ୍ବଲପୁର: ରାଜ୍ୟରେ କ୍ରମାଗତ ବଢିବାରେ ଲାଗିଛି ହାତୀ ମୃତ୍ୟୁ । ଗୁରୁବାର ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତିଲେଇମାଲ ଗ୍ରାମ ନିକଟସ୍ଥ ପତରା ଜଙ୍ଗଲ ନିକଟରେ ଦୁଇଟି ହାତୀର ମୃତଦେହ ଠାବ କରାଯାଇଥିଲା (2 elephants dead body found in sambalpur) । ଏହି ଘଟଣାରେ ଗତକାଲି (ଶୁକ୍ରବାର) ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଡ଼ିଏଫଓ ଫାଲଗୁନି ସାରଥୀ ମଲ୍ଲିକ ତଥା ଏସିଏଫଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ହାତୀର ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ଏହାପରେ ହାତୀ 2ଟିର ମୃତଦେହକୁ ପୋତି ଦିଆଯାଇଛି l ଏହି ଘଟଣାର ଅଧିକ ତଦନ୍ତ କରିବା ପାଇଁ ଭୁବନେଶ୍ୱରରୁ ଏକ ଜଏଣ୍ଟ ଟାସ୍କ ଫୋର୍ସ ଟିମ ଆଜି(ଶନିବାର) ସମ୍ବଲପୁର ଆସିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ଅସୁରକ୍ଷିତ ଗଜରାଜ, କୁଚିଣ୍ଡା ଜମେନକିରା ରେଞ୍ଜରେ 2 ହାତୀଙ୍କ ମୃତଦେହ ଠାବ

ସୂଚନା ଯୋଗ୍ୟ ଯେ, ଗୁରୁବାର ସକାଳୁ ସ୍ଥାନୀୟ ଲୋକ 2ଟି ହାତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଜମନକିରା ଫରେଷ୍ଟ ରେଞ୍ଜ ଅଧକାରୀଙ୍କୁ ସୂଚନା ଦେଇଥିଲେ ଗ୍ରାମବାସୀ । ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ପ୍ରାଥମିକ ସୂଚନା ଅନୁଯାୟୀ ସ୍ଥାନୀୟ କୃଷକମାନେ ନିକଟରେ ରୋଗ ପୋକରୁ ରକ୍ଷା ପାଇଁ ଧାନକ୍ଷେତରେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ । ସେହିଦିନ ରାତିରେ ହିଁ ହାତୀପଲ ଜନବସତି ଆଡକୁ ଆସିଥିଲେ । ତେବେ ଏହି ଧାନ ଗଛ ଖାଇ ବିଷକ୍ରିୟାରେ ଦୁଇଟି ହାତୀ ପ୍ରାଣ ହରାଇଥାଇ ପାରନ୍ତି ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ନେଇ ବନ ବିଭାଗର ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.