ETV Bharat / city

ସ୍ତ୍ରୀ ଭିଆଇଲା ଜଘନ୍ୟ କାଣ୍ଡ, ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା

author img

By

Published : Dec 27, 2019, 7:08 PM IST

Updated : Dec 27, 2019, 8:01 PM IST

ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଲା ନିକଟରେ ଥିବା ଏକ ଜଙ୍ଗଲରୁ ଏକ ମୃତଦେହ ଉଦ୍ଧାର ହୋଇଛି । ତଦନ୍ତରୁ ଜଣାପଡିଛି ଯେ ମୃତ ଅନିଲ ମୁଣ୍ଡାଙ୍କୁ ତାଙ୍କ ସ୍ତ୍ରୀ ନିଜ ପୂର୍ବତନ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

murder mistry
ସ୍ତ୍ରୀ ଭିଆଇଲା ଜଘନ୍ୟ କାଣ୍ଡ, ପୂର୍ବ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା

ରାଉରକେଲା: ସ୍ତ୍ରୀ ସାଜିଲା ସୁପାରି କିଲର । ପୂର୍ବତନ ପ୍ରେମିକ ସହ ମିଶି କଲା ସ୍ବାମୀର ହତ୍ୟା । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଲା ନିକଟରେ ଥିବା ଏକ ଜଙ୍ଗଲରେ । ଏହି ଘଟଣାରେ ପୋଲିସ ସ୍ତ୍ରୀ, ପୂର୍ବତନ ପ୍ରେମିକଙ୍କ ସମେତ 4 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଘଟଣାଟି ହୋଇଥିଲା ଏପରି । ପ୍ରଥମେ ପୋଲିସ ଖବର ପାଇ କେନ୍ଦ୍ରୀକଲା ନିକଟରେ ଥିବା ଜଙ୍ଗଲରୁ ଅନିଲ ମୁଣ୍ଡାର ମୃତ ଦେହକୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ଅନିଲର ସ୍ତ୍ରୀ ଉପରେ ସନ୍ଦେହ ହେବାରୁ ତାକୁ ପଚରାଉଚରା କରିଥିଲା ପୋଲିସ । ଆଉ ପରେ ମୋବାଇଲ କଲ ଆଧାରରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା ।

ଅନିଲର ସ୍ତ୍ରୀ ସୀମା ମୁଣ୍ଡା ଅନିଲର ନିର୍ଯାତନା ସହି ନପାରି ଗୁରୁଣ୍ଡିଆ ଥାନାର ବଡବାଲିଜୋଡି ଗ୍ରାମର ପୂର୍ବତନ ପ୍ରେମିକ ନମଜାନ ବୁଡ ସହ ଆଲୋଚନା କରିଥିଲେ । ସ୍ବାମୀକୁ ରାସ୍ତାରୁ ହଟାଇବାକୁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପରେ ନମଜାନ ରାଜଗାଙ୍ଗପୁରର ସୁରଜ ନାଏକ ଓ ଗଣେଶ ନାଏକଙ୍କ ସହ ଆଲୋଚନା ପରେ 1 ଲକ୍ଷ ଟଙ୍କାର ଡିଲ ହୋଇଥିଲା । ପ୍ରଥମେ ଖାଇବା ପିଇବା ଲାଗି ତାଙ୍କୁ 4500 ଟଙ୍କା ଦିଆଯାଇଥିଲା ।

ଗତ 18 ତାରିଖ ରାତିରେ ପୂର୍ବ ଯୋଜନା ମୁତାବକ ଅନିଲକୁ ଘରୁ ଡାକି କେନ୍ଦ୍ରୀକଲା ଜଙ୍ଗଲରେ ପହଞ୍ଚି ସାଙ୍ଗ ହୋଇ ସମସ୍ତେ ମଦପାନ କରିଥିଲେ । ଆଉ ପରେ ପୂର୍ବ ଯୋଜନା ଅନୁସାରେ ଅନିଲଙ୍କୁ ପ୍ରଥମେ ମଦ ବୋତଲରେ ଆକ୍ରମଣ ପରେ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରି ସେଠାରୁ ଚମ୍ପଟ ମାରିଥିଲେ । ଏହି ଘଟଣାରେ ପୋଲିସ ଅନିଲର ସ୍ତ୍ରୀ ସୀମା ମୁଣ୍ଡା, ପୂର୍ବତନ ପ୍ରେମିକ ନମଜାନ ବୁଡ, ସୁରଜ ନାୟକ, ଗଣେଶ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଏସଡିପିଓ ଅବକାଶ ରାଉତରାୟ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ସ୍ଵାମୀ ର ହତ୍ୟା କlରି ରେ ସ୍ତ୍ରୀ ଥିଲା 1 ଲକ୍ଷ୍ୟ ଟଙ୍କା ର ସୁପାରୀ କିଲର, ସ୍ତ୍ରୀ, ପୂର୍ବ ପ୍ରେମିକା ସହ 4 ଗିରଫ,
ରାଉରକେଲା-, ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀ କଲା ନିକଟରେ ଥିବା ଏକ ଜଙ୍ଗଲ ରେ ବଣାଇ କଲେଜ ନିକଟ ର ଅନିଲ ମୁଣ୍ଡା ର ମୃତ ଦେହ ଉଦ୍ଧାର ହେବା ପରେ ଏହା ଏକ ହତ୍ୟା କାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ଥିଲା।

Body:ପ୍ରଥମେ ଅନିଲ ର ସ୍ତ୍ରୀ ସନ୍ଦେହ ହେବା ପରେ ଅନିଲ ର ସ୍ତ୍ରୀ କୁ ପଚରା ଉଚରା ଏବଂ ମୋବାଇଲ କଲ୍ପ ଆଧାର ରେ ସମସ୍ତ୍ ତଥ୍ଯ ପଦାକୁ ଆସିଥିଲା, ଅନିଲ ର ସ୍ତ୍ରୀ ସୀମା ମୁଣ୍ଡା ଅନିଲ ର ନିର୍ଯ୍ଯାତନା ସହି ନପାରି ପୂର୍ବ ପ୍ରେମିକା ଗୁରୁଣ୍ଡିଆ ଥାନାର ବଡ ବାଲିଜୋଡ଼ି ଗ୍ରାମର ନମଜାନ ବୁଡ଼ ସହ ଆଲୋଚନା କରିବା ସ୍ଵାମୀ କୁ ରାସ୍ତା ରୁ ହଟାଇବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ, ପରେ ନମଜାନ ଆଉ ଦୁଇ ଜଣ ରାଜଗାଙ୍ଗପୁର ର ସୂରଜ Naik ଏବଂ ଗଣେଶ Naik ଙ୍କ ସହ ଆଲୋଚନା ପରେ 1 ଲକ୍ଷ ଟଙ୍କା ରେ ଡିଲ ହେବା ପ୍ରଥମେ ଖାଇବା ପିଇବା ଲାଗି 4500 ଦେଇଥିଲେ, ପରେ ଗତ 18 ତାରିଖ ରାତିରେ ପୂର୍ବ ଯୋଜନା ମୁତାବକ ଅନିଲ କୁ ଘରୁ ଡାକି କେନ୍ଦ୍ରୀkala ଜଙ୍ଗଲ ରେ ପହଂଚି ସାଙ୍ଗହୋଇ ମଦ୍ୟପାନ କରିବା ପରେ ପୂର୍ବ ଯୋଜନା ଅନୁସାରେ ପ୍ରଥମେ ମଦ ବୋତଲ ରେ ଆକ୍ରମଣ ପରେ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିବା ପରେ ପଳାଇଥିଲେ,

Conclusion:ପୁଲିସ ଅନିଲ ର ସ୍ତ୍ରୀ ସୀମା ମୁଣ୍ଡା, ପ୍ରଥମ ପ୍ରେମିକା ନମଜାନ ମୁଣ୍ଡା, ସୂରଜ ନାୟକ, ଗଣେଶ ନାୟକ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ବୋଲି sdpo ଅବକାଶ ରାଉତରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି.
Last Updated : Dec 27, 2019, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.