ETV Bharat / city

ମଦ ପିଇ ସ୍ବାମୀ କରୁଥିଲା ଅତ୍ୟାଚାର, ପିଟି ପିଟି ମାରିଦେଲେ ସ୍ତ୍ରୀ ଓ ଝିଅ

author img

By

Published : Jun 28, 2020, 11:51 AM IST

ରାଉରକେଲା ବିଶ୍ରା ଥାନା କାଳିଆପୋଷ ଗ୍ରାମରେ ସ୍ବାମୀର ଅତ୍ୟାଚାର ସହି ନପାରି ପିଟି ପିଟି ମାରିଦେଲେ ସ୍ତ୍ରୀ ଓ ଝିଅ । ଅଧିକ ପଢନ୍ତୁ...

ମଦ ପିଇ ସ୍ବାମୀ କରୁଥିଲା ଅତ୍ୟାଚାର, ପିଟି ପିଟି ମାରିଦେଲେ ସ୍ତ୍ରୀ ଓ ଝିଅ
ମଦ ପିଇ ସ୍ବାମୀ କରୁଥିଲା ଅତ୍ୟାଚାର, ପିଟି ପିଟି ମାରିଦେଲେ ସ୍ତ୍ରୀ ଓ ଝିଅ

ରାଉରକେଲା: ସ୍ବାମୀଙ୍କୁ ପିଟିପିଟି ମାରିଦେଲେ ସ୍ତ୍ରୀ ଓ ଝିଅ । ରାଉରକେଲା ବିଶ୍ରା ଥାନା କାଳିଆପୋଷ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ପୋଲିସ 35 ବର୍ଷୀୟା ସ୍ତ୍ରୀ ଏବଂ 19 ବର୍ଷୀୟା ଝିଅକୁ ଗିରଫ କରି ତଦନ୍ତ କରୁଥିବା ସୂଚନା ରହିଛି । ପୋଲିସ ମୃତ ବ୍ୟକ୍ତି ଜଣଙ୍କ ଏତୁଆ ମୁଣ୍ଡାରୀ ବୋଲି ଜଣାପଡିଛି ।

ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ ଏତୁଆ ମଦ ପିଇ ନିୟମିତ ଭାବେ ସ୍ତ୍ରୀ ଏବଂ ଝିଅକୁ ନିର୍ଯାତନା ଦେବା ସହ ମାଡ଼ ପିଟ କରୁଥିଲା । ଶନିବାର ଭୋରୁ ମା ଓ ଝିଅ ଶୋଇଥିବାବେଳେ ଏତୁଆ ସେମାନଙ୍କୁ ଉଠାଇ ଗାଳି ଗୁଲଜ କରିବା ସହ ମାଡ ମାରିଥିଲା । ଅତ୍ୟାଚାର ସହି ନପାରି ମା' ଝିଅ ମିଶି କାଠ ଫାଳିଆ ଏବଂ ବାଡ଼ିରେ ପିଟି ପିଟି ଏତୁଆକୁ ମାରି ଦେଇଥିଲେ । ପୋଲିସ ରବିବାର ସକାଳୁ ମା' ଝିଅଙ୍କୁ ଗିରଫ କରିଛି । ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.