ETV Bharat / city

ରାଉରକେଲା ଇସ୍ପାତ କାରଖାନାରେ ବେଆଇନ ଟ୍ରଲର ଜବତ, 2 ଚାଳକ ଫେରାର - ରାଉରକେଲା ଖବର

ରାଉରକେଲା ଇସ୍ପାତ କାରଖାନାରେ ବେଆଇନ ଟ୍ରଲର ଜବତ । କୌଣସି ବଡ ଧରଣର ଲୁହା ଚୋରି କରିବାକୁ ଏହି ଟ୍ରଲର ପ୍ଲାଣ୍ଟ ମଧ୍ୟରେ ପଶିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ 2 ଚାଳକ ଫେରାର । ଆଗକୁ ପଢନ୍ତୁ...

troller seized from rourkela plant
ଇସ୍ପାତ କାରଖାନାରେ ବେଆଇନ ଟ୍ରଲର ଜବ
author img

By

Published : Dec 28, 2019, 12:23 PM IST

ରାଉରକେଲା: ସିଆଇଏସଏଫର ସୁରକ୍ଷା ବ୍ୟବସ୍ଥା ତଥା ସିସିଟିଭି ବ୍ୟବସ୍ଥା ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ପରିସରରେ 2ଟି ଟ୍ରଲର ଜବତ । 2 ଡ୍ରାଇଭର ଫେରାର । ବିନା ଗେଟ ପାସରେ ପଶିଥିବା ଏହି ଟ୍ରଲରକୁ ପ୍ଲେଟ ମିଲ ନିକଟରୁ ଜବତ କରାଯାଇଛି । ବିନା କାଗଜ ପତ୍ର ଯାଞ୍ଚ ତଥା ବିନା ଏଣ୍ଟ୍ରି ପାସରେ ପ୍ଲାଣ୍ଟ ଭଳି ନିଷିଦ୍ଧାଞ୍ଚଳ ଏରିଆକୁ ଏହା କେମିତି ପଶିଥିଲା, ତାର ତଦନ୍ତ ଚାଲିଥିବାରୁ କିଏ ମୁହଁ ଖୋଲିବାକୁ ରାଜି ନୁହଁନ୍ତି। ଏକ ବଡ ଲୁହା ଚୋରି ରାକେଟର ସମ୍ପୃକ୍ତି ନା ଅନ୍ୟ କାରଣରୁ ଏହା ପଶିଥିଲେ ତାହା ତଦନ୍ତ ସାପେକ୍ଷ ।

ଘଟଣାକୁ ନେଇ ଚାରିଜଣ ସିଆଇଏସଏଫ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କୁହାଯାଉଛି ତଥା ଟାଙ୍ଗରପାଲି ଥାନାରେ ଏତଲା ଦିଆଯାଇଛି। ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର, ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲରକୁ ପ୍ଲେଟ ମିଲ ନିକଟରୁ ଆରଏସପି କ୍ରାଇମ ବ୍ରାଞ୍ଚ ଏବଂ ଭିଜିଲାନ୍ସ ଟିମ ଜବତ କରିଛି । ଏହି ଗାଡି ନମ୍ବର CG 04 JD 7285 ଏବଂ ML 02 Q 1336 ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । କୌଣସି ବଡ ଧରଣର ଲୁହା ଚୋରି କରିବାକୁ ଏହି ଟ୍ରଲର ପ୍ଲାଣ୍ଟ ମଧ୍ୟରେ ପଶିଥିବା ସନ୍ଦେହ କରାଯାଉଛି ।

ଇସ୍ପାତ କାରଖାନାରେ ବେଆଇନ ଟ୍ରଲର ଜବତ

ଏବାବଦରେ କିଛି ସିଆଇଏସଏଫ କର୍ମଚାରୀଙ୍କ ସନ୍ଦେହ ଜନକ ଭୂମିକା ଥିବାରୁ ଏହାର ମଧ୍ୟ ତଦନ୍ତ ଜାରି ରହିଛି। ଏ ବାବଦରେ ଟାଙ୍ଗରପାଲି ଥାନାରେ ଆରଏସପି ପକ୍ଷରୁ ଲିଖିତ ସୂଚନା ଦିଆଯାଇଛି । ଘଟଣାର ଗୁରୁତ୍ବ ଥିବାରୁ ଉଭୟ ପୋଲିସ ଏବଂ ସିଆଇଏସଏଫ ମାମଲାର ତଦନ୍ତ କରୁଛନ୍ତି ।

ଦୁଇ ଦିନ ପୂର୍ବରୁ ମଧ୍ୟ ଏକ ବିନା ଏଣ୍ଟ୍ରି ପାସ ଟ୍ରକ ପ୍ଲାଣ୍ଟ ମଧ୍ୟରୁ ଜବତ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଏହାକୁ ନେଇ ପ୍ଲାଣ୍ଟରେ ଏକ ବଡ଼ ଲୁହା ଚୋରି କରୁଥିବା ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

Intro:ରାଉରକେଲା-
Cisf ର ସୁରକ୍ଷା ବ୍ୟବସ୍ଥା ତଥା ସିସିଟିଭି ବ୍ୟବସ୍ଥା ମଧ୍ୟ ରେ ରାଉରକେଲା ଇସ୍ପାତ କାରଖାନା ପରିସର ରେ 2 ଟି ଟ୍ରେଲର ଜବତ । 2 ଡ୍ରାଇଭର ଫେରାର ।ବିନା ଗେଟ ପାସ ରେ ପଶି ଥିବା ଏହି ଟ୍ରେଲର କୁ
ପ୍ଲେଟ ମିଲ ନିକଟରୁ ଜବତ କର ଯାଇଛି।
ବିନା କାଗଜ ପତ୍ର ଯାଞ୍ଚ ତଥା ବିନା ଏଣ୍ଟ୍ରି ପାସ ରେ ପ୍ଲାଣ୍ଟ ଭଳି prohibited ଅଂଚଲ ଏହା କେମିତି ପଶିଥିଲେ ତାର ତଦନ୍ତ ଚାଲି ଥିବାରି କିଏ ମୁହଁ ଖୋଲିବାକୁ ରାଜି ନୁହନ୍ତି।

Body:ଏକ ବଡ଼ ଲୁହା ଚୋରି racket ର ସମ୍ପୃକ୍ତି ନା ଅନ୍ୟ କାରଣ ରୁ ଏହା ପଶି ଥିଲେ ତାହା ତଦନ୍ତ ସପେକ୍ଷ।
ଘଟଣା କୁ ନେଇ ଚାରିଜଣ CISF କର୍ମଚରିଙ୍କ ଉପରେ କକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କୁହ ଯାଉଛି ତଥା ଟାଙ୍ଗରପାଲି ଥାନାରେ ଏତେଲା ଦିଆ ଯାଇଛି।
ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସ ରେ ପଶିଥିବା ଦୁଇଟି ଟ୍ରେଲର କୁ ପ୍ଲେଟ ମିଲ ନିକଟରୁ RSP କ୍ରାଇମ ବ୍ରାଞ୍ଚ ଏବଂ ଭିଜିଲେନ୍ସ ଟିମ ଜବତ କରିଛି । ଏହି ଗାଡି ନମ୍ବର CG 04 JD 7285 ଏବଂ ML 02 Q 1336 ଡ୍ରାଇଭର ଦ୍ବୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । କୌଣସି ବଡ ଧରଣର ଲୁହା ଚୋରି କରିବାକୁ ଏହି ଟେଲର ପ୍ଲାଣ୍ଟ ମଧ୍ୟରେ ପଶିଥିବା ସନ୍ଦେହ କରାଯାଉଛି । ଏ ବାବଦରେ କିଛି CISF କର୍ମଚାରୀଙ୍କ ସନ୍ଦେହ ଜନକ ଭୂମିକା ଥିବାରୁ ଏହାର ମଧ୍ୟ ତଦନ୍ତ ଜାରି ରହିଛି। ଏ ବାବଦରେ ଟାଙ୍ଗରପାଲି ଥାନାରେ RSP ପକ୍ଷରୁ ଲିଖିତ ସୂଚନା ଦିଆଯାଇଛି । ଘଟଣାର ଗୁରୁତ୍ୱ ଥିବାରୁ ଉଭୟ ପୋଲିସ ଏବଂ ସି ଆଇ ଏସ ଏଫ ମାମଲା ର ତଦନ୍ତ କରୁଛନ୍ତି ।

Conclusion: ଦୁଇ ଦିନ ପୂର୍ବରୁ ମଧ୍ୟ ଏକ ବିନା ଏଣ୍ଟ୍ରି ପାସ ଟ୍ରକ ପ୍ଲାଣ୍ଟ ମଧ୍ୟରୁ ଜବତ କରାଯାଇ ଡ୍ରାଇଭର କୁ ଗିରଫ କରାଯାଇଥିଲା । ଏହାକୁ ନେଇ ପ୍ଲାଣ୍ଟ ରେ ଏକ ବଡ଼ ଲୁହା ଚୋରି କରୁଥିବା racket କାମ କରୁଥିବା ସନ୍ଦେହ କରାଯାଉଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.