ETV Bharat / city

ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ କିନ୍ନର ସମାଜ - financial assistance

ଲକଡାଉନ ଏବଂ ଅନଲକ ଯୋଗୁଁ ରାଉରକେଲା ଓ ସୁନ୍ଦରଗଡ ସହରର କିନ୍ନର ସମାଜଙ୍କ ପାଖରେ ଘର ଭଡା କି ଭଲ ଗଣ୍ଡେ ଖାଇବାକୁ ବି ଅର୍ଥ ନାହିଁ । ରୋଜଗାର ଚିନ୍ତା ଘାରିଥିବା କିନ୍ନର ସମାଜକୁ ସରକାର କିଛି କାମ ଦେଲେ ଏମାନେ ସ୍ବାବଲମ୍ବୀ ହୋଇପାରନ୍ତେ ବୋଲି କହିଛନ୍ତି ।

Transgender Society has called on the government to provide financial assistance
ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ କିନ୍ନର ସମାଜ
author img

By

Published : Jul 14, 2020, 8:38 PM IST

ରାଉରକେଲା: ମହାମାରୀ କୋରୋନା ବିଶ୍ବବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଥିବା ବେଳେ ସମାଜରେ ବସବାସ କରୁଥିବା କିନ୍ନରଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଲକଡାଉନ ଏବଂ ଅନଲକ ଯୋଗୁଁ ରାଉରକେଲା ଓ ସୁନ୍ଦରଗଡ ସହରର କିନ୍ନର ସମାଜଙ୍କ ପାଖରେ ଘର ଭଡା କି ଭଲ ଗଣ୍ଡେ ଖାଇବାକୁ ବି ଅର୍ଥ ନାହିଁ ।

ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ କିନ୍ନର ସମାଜ

ଦୀର୍ଘ 4 ମାସ ହେବ ଟ୍ରେନ, ବସ ସେବା ସବୁ ବନ୍ଦ ରହିବା ଯୋଗୁଁ ଏମାନଙ୍କ ଆୟର ସବୁ ସ୍ରୋତ ବନ୍ଦ ହୋଇଯାଇଛି । ମହାନଗର ନିଗମ ଏମାନଙ୍କୁ ଥରେ ରାସନ ଯୋଗାଇ ଦେଇ ଚୁପ୍ ବସିଛି । ଏମାନଙ୍କ ପାଇଁ ମଧୁସୂସନ ପେନସନ ଯୋଜନା କାର୍ଯ୍ୟକାରୀ ହୋଇନାହିଁ ତଥା ଏହି ପେନସନ ଦ୍ବାରା କିଛି ହେବ ନାହିଁ ବୋଲି କହିଛନ୍ତି ।

ରୋଜଗାର ଚିନ୍ତା ଘାରିଥିବା କିନ୍ନର ସମାଜକୁ ସରକାର କିଛି କାମ ଦେଲେ ଏମାନେ ସ୍ବାବଲମ୍ବୀ ହୋଇପାରନ୍ତେ ବୋଲି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.