ରାଉରକେଲା: ଆଜି ଧରାବତରଣ କରିବେ ମହାମାୟୀ ଗଜଲକ୍ଷ୍ମୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ରାଉରକେଲା ଇସ୍ପାତ ସହରରେ ମଧ୍ୟ ବିଭିନ୍ନ ଦେବାଳୟ ଏବଂ ପୂଜା ପେଣ୍ଡାଲରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ଏଥିପାଇଁ ରାଉରକେଲା ସେକ୍ଟର-17ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସକାଳୁ ସହରର ବିଭିନ୍ନ ମହାଲଷ୍ମୀ ମନ୍ଦିରରେ ଊକ୍ତଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ମାଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧାର ସହ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ପେଣ୍ଡାଲରେ ରାତିରେ ଆରମ୍ଭ ହେବ । ତେବେ ସହରରେ 40ରୁ ଉର୍ଦ୍ଧ୍ବ ପେଣ୍ଡାଲରେ ମା ଲଷ୍ମୀଙ୍କ ପୂଜା ହେଉଥିବାବେଳେ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଇସ୍ପାତ ସହର ।
ସବୁବର୍ଷ ଭଳି ଚଳିତ ପୂଜାରେ ମଧ୍ୟ ଭିଡ଼ ହେବାର ସମ୍ଭାବନା ରହିଛି । ଶାନ୍ତିଶୃଙ୍ଖଳାର ସହିତ ପୂଜା ସମାପନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତର ଆୟୋଜନ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ