ରାଉରକେଲା: ମାତିଛନ୍ତି ଲୁଟେରା । ରାତି ତ ରାତି, ଦିନ ଦ୍ବିପ୍ରହରରେ ମଧ୍ୟ ଚୋରି କରିବାକୁ ପଛାଉ ନାହାଁନ୍ତି । ଲୁଟେରାଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି ରାଉରକେଲାରେ । ରେଳ କଲୋନୀର ଜଣେ ବ୍ୟକ୍ତିଙ୍କ ଘର ପାଚେରୀ ଡେଇଁ ଲୁଟେରା ମାନେ ଲୁଟି ନେଇଛନ୍ତି ଭରି ଭରି ସୁନା ଗହଣା ।
ସୂଚନା ଅନୁସାରେ, ରାଉରକେଲା ବାସିନ୍ଦା ଟିଟି ମଧୁ ରାଓ ଅହମ୍ମଦାବାଦ ଏକ୍ସପ୍ରେସରେ ଡିୟୁଟିରେ ଥିଲେ । ଏହି ସମୟରେ ତାଙ୍କ ପତ୍ନୀ ଘରେ ଏକୁଟିଆ ଥିବା ସହ ପିଲାଙ୍କୁ ସ୍କୁଲ ପଠାଇବା ପାଇଁ ପ୍ରସ୍ତୁତ କରୁଥିଲେ ।
ଏହାର ସୁଯୋଗ ନେଇ ଲୁଟେରାଘର ଭିତରକୁ ପ୍ରବେଶ କରିବା ସହ ତାଙ୍କ ପତ୍ନୀଙ୍କୁ ମାଡ଼ ମାରି ଘରେ କଳାକନା ବୁଲାଇ ଦେଇଛନ୍ତି । ଘଟଣା ବିଷୟରେ ଖବର ପାଇ ପ୍ଲାଣ୍ଟସାଇଟ ପୋଲିସ ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।
ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ