ରାଉରକେଲା: ଦକ୍ଷିଣ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସଞ୍ଜୟ କୁମାର ମହାନ୍ତି ରାଉରକେଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି । ଏହି ଅବସରରେ ତାଙ୍କୁ ରାଉରକେଲା ସହରର ଅନେକ ଅନୁଷ୍ଠାନର କର୍ମକର୍ତ୍ତା ଓ ସଂଗଠନ ସାକ୍ଷାତ କରି ଦାବି ରଖିଥିଲେ ।
ମହାପ୍ରବନ୍ଧକ ସଞ୍ଜୟ କୁମାର ମହାନ୍ତିଙ୍କୁ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ବିସ୍ଥାପିତଙ୍କ ସମସ୍ୟା ଉପସ୍ଥାପନ କରିବା ସହ ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ରେଳ ବିଭାଗର ଫାଟକ ଓ ଫ୍ଲାଏ ଓଭର କାମର ବିଳମ୍ବ ନେଇ ମହାପ୍ରବନ୍ଧକଙ୍କୁ ଅବଗତ କରାଇଥିଲେ ।
ଅନ୍ୟପଟେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଦୋହରୀକରଣ ନିର୍ମାଣ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଥଇଥାନକୁ ସୁ-ନିଶ୍ଚିତ କରିବା ପାଇଁ ମହାପ୍ରବନ୍ଧକଙ୍କୁ ଅନୁରୋଧ କରିଥିଲେ । ସେହିଭଳି ରାଉରକେଲା ଚାମ୍ବର ଅଫ କମର୍ସର ପ୍ରତିନିଧିମାନେ ମଧ୍ୟ ଜିଏମକୁ ସାକ୍ଷାତ କରିଥିଲେ । ମହାପ୍ରବନ୍ଧକ ବନ୍ଧମୁଣ୍ଡା ଅଞ୍ଚଳ ଗସ୍ତ କରି ଗସ୍ତ କରି ଏ ତଥା କେ କେବିନ ନିକଟରେ ଅଟକି ଥିଲେ ଏବଂ ଠିକାଦାର ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚାନା କରିଥିଲେ ।
ଆସନ୍ତା ମାସରେ ମହାପ୍ରବନ୍ଧଙ୍କ ବାର୍ଷିକ ନିରୀକ୍ଷଣ କାର୍ଯ୍ୟକ୍ରମ ଥିବାରୁ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ