ରାଉରକେଲା: ହଜିଗଲା ମାନବିକତା । ସିକ୍ୟୁରିଟି ଗାର୍ଡଙ୍କ ନିର୍ମମତା । ମାନସିକ ବିକାରଗ୍ରସ୍ତଙ୍କୁ ବିଚ୍ ରାସ୍ତାରେ ନିଧୁମ୍ ମାଡ ମାରିଲେ ଗାର୍ଡ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।
ରାଉରକେଲା ସରକାରୀ ହସ୍ପିଟାଲ ଗେଟ ନିକଟରେ ଏକ ଘରୋଇ ସଂସ୍ଥାର ଜଣେ ସିକ୍ୟୁରିଟି ଗାର୍ଡ ଜଣେ ମାନସିକ ବିକାର ଗ୍ରସ୍ତକୁ ବିଚ ରାସ୍ତାରେ ନିର୍ମମ ଭାବେ ମାଡ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିକାରଗ୍ରସ୍ତ ବ୍ୟକ୍ତି ଖୁବ୍ ଚିତ୍କାର କରିଥିଲେ ମଧ୍ୟ ଏହା ଶୁଣିନଥିଲେ ଉକ୍ତ ଗାର୍ଡ । ପ୍ରତ୍ୟକ୍ଷଦର୍ଶୀ ସିକ୍ୟୁରିଟି ଗାର୍ଡଙ୍କୁ ମାରିବାର କାରଣ ପଚାରିଥିଲେ ମଧ୍ୟ ଗାର୍ଡ କିଛି ନକହି ସେଠାରୁ ଚାଲି ଯାଇଥିଲେ । ତେବେ ଏହି ଗାର୍ଡ ଜଣଙ୍କ ରାଉରକେଲାର ଏକ ସରକାରୀ ହସ୍ପିଟାଲରେ ସୁରକ୍ଷା ଦାୟିତ୍ବରେ ଥିବା ଜଣା ପଡିଛି ।
ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ