ETV Bharat / city

RTO ଅଫିସରେ ତ୍ରୁଟି: ଆରସି ବୁକରେ ଜଣଙ୍କ ନାମ, ଅନ୍ୟ ଜଣଙ୍କ ଠିକଣା

author img

By

Published : Oct 18, 2019, 2:54 PM IST

Updated : Oct 18, 2019, 5:28 PM IST

ରାଉରକେଲା ପରିବହନ କାର୍ଯ୍ୟାଳୟରେ ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ଗାଡି ଜଣଙ୍କ ନାଁରେ ଥିବାବେଳେ ଠିକଣା ଅନ୍ୟ ଜଣେ ବ୍ୟକ୍ତିଙ୍କ ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ଗୁରୁତର ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ଜଣେ ଲୋକ ଗାଡି କିଣିଥିବା ବେଳେ ଅନ୍ୟ ଜଣଙ୍କ ଠିକଣା ଆରସି ବୁକରେ ରହିଥିବା ଦେଖିବାକୁ ମିଳିଛି । ଏଠାରେ ମାଓବାଦୀମାନେ ସକ୍ରିୟ ଥିବା ବେଳେ ଏପରି ଭୁଲ ଦ୍ବାରା ସାଧାରଣ ଲୋକ ଫସିବାର ସମ୍ଭାବନା ରହିଛି । ତେଣୁ ଆରଟିଓର ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାଯୋଗ୍ୟ, ସୁରେଶ କୁମାର ନାମକ ଜଣେ ବ୍ୟକ୍ତି ବାଇକ କିଣିଥିଲେ । ହେଲେ ଗାଡିର ଆରସି ବୁକ ତାଙ୍କ ଘରେ ନ ପହଞ୍ଚି ବିଶ୍ରା ଥାନା ଅନ୍ତର୍ଗତ କୋପରମୁଣ୍ଡା ଗାଁର ଯୁଧିଷ୍ଠିର ମହନ୍ତଙ୍କ ଘରେ ପହଞ୍ଚିଥିଲା । ତେବେ ଯୁଧିଷ୍ଠିର କୌଣସି ଗାଡି କିଣିନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଯୁଧିଷ୍ଠିର କାମ କରୁଥିବା ଫ୍ୟାକ୍ଟରେ ଜଣେ ସୁରେଶ କୁମାର ରହିଥିବା ଜାଣିବାକୁ ପାଇଥିଲେ । ସେ ତାଙ୍କୁ ଏ ବିଷୟରେ ପଚାରିବାରୁ ଆରଟିଓ ଅଫିସରେ ରହିଥିବା ଦଲାଲ ଏପରି କରିଥିବା ସୂଚନା ଦେଇଥିଲେ । ଏହାପରେ ଉଭୟ ଆସିଷ୍ଟାଣ୍ଡ ଆରଟିଓଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଥିଲେ । ଘଟଣା ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ଆସିଷ୍ଟାଣ୍ଡ ଆରଟିଓ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦୁଇ ମାସ ଧରି ପରିବହନ କାର୍ଯ୍ୟାଳୟରେ ଆରଟିଓ ପଦବୀ ଖାଲି ପଡିଛି । ଫଳରେ ଉପଜିଲ୍ଲାପାଳ ଆରଟିଓଙ୍କ ଅତିରିକ୍ତ ଦାୟିତ୍ବ ସମ୍ଭାଳୁଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ପରିବହନ କାର୍ଯ୍ୟାଳୟ ରେ ଦଲାଲି ବନ୍ଦ ରହିଛି ବୋଲ ଦିମି ଦିମି ପିଟା ଚଳିଛି। ଅନ୍ୟପଟେ ମାସ ଧରି ଏଠାରେ ଉପଜିଲ୍ଲାପାଳ RTO ର କାର୍ୟ୍ଯ ଭାର ସମ୍ବାଳିଛନ୍ତି। ଏଠାରେ ମାଓବାଦୀ,ସିମି ସହିତ ସୀମାନ୍ତ ର ବହୁତ ଉଗ୍ରବାଦୀ ସଂଗଠନ ସକ୍ରିୟ ରହିଛନ୍ତି। RTO କାର୍ଯ୍ୟାଳୟ ରେ ଯାହା ହେଫେର ଚାଲିଛି ସେହି ଖେଳ ର ଶିକାର ହୋଇ ଆପଣ ମଧ୍ୟ ଫସି ଯାଇ ପାରନ୍ତି।

Body:ସୁରେଶ ଜଣେ ୟୁପି ର ଲୋକ। ସେ ଏକ ମୋଟର ସାଇକେଲ କିଣିଲା କିନ୍ତୁ ଗାଡି ର ଆରସି ବୁକ ପହଁଚିଲା ବିଶ୍ରା ଥାନା ର କପ୍ରଣ୍ଡା ଗାଁ ର ଯୁଧିଷ୍ଠିର ମହନ୍ତ ଘରକୁ। ସେ ଆଶ୍ଚର୍ଯ୍ୟ ରେ ପଡି ଯାଇ ଥିଲେ। ପରେ ସେ ସୁରେଶ କୁ ଖୋଜି ବାହାର କରିଲେ। ସେ ଏକ କାରଖାନା ରେ କାମ କରନ୍ତି। ସେ ମଧ୍ୟ ଯୁଧିଷ୍ଠିର କୁ ଜାଣି ନାହାନ୍ତି। ଏହି ଭଳି ପରିସ୍ଥିତି ରେ ଦୁହେଁ RTO କାର୍ଯ୍ୟାଳୟ ଯାଇ RTO ଅନୁପସ୍ଥିତି ରେ ARTO କୁ ଦେଖା କରି ଥିଲେ।

Conclusion:ARTO କହି ଥିଲେ ସେ କାଗଜପତ୍ର ଦେଖି କିଛି କହି ପାରିବେ। ବଡ଼ କଥା ହେଉଛି ଏହି ମାମଲା ରେ ଯୁଧିଷ୍ଠିର ଜାଣି ପାରିଲେ କିନ୍ତୁ ଏବେ ମଧ୍ୟ ବହୁତ ଲୋକ ଜାଣି ନାହାନ୍ତି କି ତାଙ୍କ ଘର address ଦେଇ କେତେ ଗାଡି ବୁଲୁଛି।ବଡ଼ କଥା ହେଉଛି ଅପରାଧ ପାଇଁ ଏହି ଗାଡି ଗୁଡିକୁ ଧର ହେଲେ ନିରୀହ ଆଇନ ର ଜାଲ ରେ ପଡି ପାରନ୍ତି।
ବାଇଟ-ସୁରେଶ
ବାଇଟ-ଯୁଧିଷ୍ଠିର ମହାନ୍ତ, ଗ୍ରାମବାସୀ କପ୍ରଣ୍ଡା
ବାଇଟ- ପ୍ରେମଚନ୍ଦ ପ୍ରଧାନ,ଅତିରିକ୍ତ ଆରଟିଓ,ରାଉରକେଲା(ବାଇଟ whatsapp re)
Last Updated : Oct 18, 2019, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.