ରାଉରକେଲା: କୋରୋନା ମହାମାରୀକୁ ରୋକିବାକୁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହି ଲକଡାଉନ କାରଣରୁ ଦୋକାନ ବଜାର ହୋଟେଲ ଆଦି ସବୁ ବନ୍ଦ ରହୁଥିବାରୁ ଜନ ସାଧାରଣଙ୍କଠାରୁ ଆରମ୍ଭ କରି ପଶୁ ପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଭୋକ ଉପାସରେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ସମୟରେ ରାଉରକେଲାରେ ଫସି ରହିଥିବା ଶତାଧିକ ଗରିବ, ନିରାଶ୍ରୟଙ୍କୁ ସହୟତାର ହାତ ବଢାଇଛନ୍ତି କିଛି ସଂଗଠନ ଓ ସ୍ବେଚ୍ଛାସେବୀ ।
ଏହା ସହ ରାଉରକେଲା ରେଳ ଷ୍ଟେସନର ମୁଖ୍ୟ ଗେଟ ନିକଟରେ RPF ଅଫିସର ତଥା ଯବାନ ମାନେ ସଂଗଠନ ସହିତ ମିଶି ଖାଇବା ବାଣ୍ଟୁଥିବା ଦେଖିବାକୁ ମିଳିଛି । ବିଶେଷକରି ଏହି ମହାମାରୀର ମୁକାବିଲା ପାଇଁ ସବୁଠୁ ଜରୁରୀ ସାମାଜିକ ଦୂରତା ଏହି ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଏଠାରେ ଲୋକମାନଙ୍କୁ ଦିନରେ ଖେଚୁଡି ଓ ରାତିରେ ପୁରୀ ତରକାରୀ ଦିଆଯାଉଛି । ଯାହା ଅସହାୟ ଓ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଉଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ