ରାଉରକେଲା: ଆସନ୍ତା 21ରେ ଇସ୍ପାତ କାରଖାନାକୁ ନେଇ 6ତମ ଆରପିଡିଏସି ବୈଠକ । ରାଉରକେଲା ଆଇଟିଡିଏ ହଲରେ ବୈଠକ ଡାକିଲେ ଉତ୍ତରାଞ୍ଚଳ ଆରଡିସି । ସାଂସଦ ଜୁଏଲ ଓରାମ, ବିଧାୟକ ଶାରଦା ପ୍ରସାଦ ନାୟକ, ସୁବ୍ରତ ତରାଇଙ୍କ ସହ ସମସ୍ତ ସରକାରୀ ଅଧିକାରୀ ଓ କାରଖାନାର ସିଇଓ ଏହି ବୈଠକରେ ଉପସ୍ଥିତ ରହିବେ ।
ବିସ୍ଥାପିତମାନଙ୍କ ସମସ୍ୟା ଦିନକୁ ଦିନ ମୁଣ୍ଡ ଟେକୁ ଥିବାବେଳେ ଏହା ଏକ ବଡ଼ ଫୋରମ । ପୂର୍ବରୁ ଏହି ଫୋରମରେ ନିଆଯାଇ ଥିବା ନିଷ୍ପତ୍ତି ବର୍ତ୍ତମାନ ଯାଏଁ କାର୍ଯ୍ୟକାରୀ ହୋଇନାହିଁ । ଏହି ପରିସ୍ଥିତିରେ ବୈଠକଟି ସରଗରମ ରହିପାରେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ