ETV Bharat / city

ଆସାମରୁ PLFI ମୁଖ୍ୟ ସହଯୋଗୀକୁ ଧରିଲା ରାଉରକେଲା ପୋଲିସ

author img

By

Published : Feb 5, 2022, 10:16 PM IST

ଉଗ୍ରବାଦୀଙ୍କ PLFI ସଂଗଠନର ଜଣେ ମୁଖ୍ୟ ସହଯୋଗୀକୁ ଗିରଫ କଲା ରାଉରକେଲା ପୋଲିସ । ସୂଚନା ଦେଲେ ରାଉରକେଲା ଏସପି । ଅଧିକ ପଢନ୍ତୁ

ଆସାମରୁ PLFI ମୁଖ୍ୟକୁ ଧରିଲା ରାଉରକେଲା ପୋଲିସ

ରାଉରକେଲା: ରାଉରକେଲା ପୋଲିସକୁ ବଡ ସଫଳତା । ଉଗ୍ରବାଦୀ ସଂଗଠନ PLFI ଦ୍ବାରା ସଂଞ୍ଚାଳିତ ହେଉଥିବା ଚୋରା ଚାଲାଣକାରୀ ଗ୍ୟାଙ୍ଗର ମୁଖ୍ୟକୁ ସୁଦୁର ଆସାମରୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ପୋଲିସର ଏକ ଟିମ । ଗିରଫ ଅଭିଯୁକ୍ତର ନାମ ଅର୍ଜୁନ ରଣା ଓରଫ କପିଲ ପାଠକ ବୋଲି ପୋଲସି କହିଛି ।

ରାଉରକେଲା ପୋଲିସ ଅଧୀକ୍ଷକ ଅପରେସନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଝାଡଖଣ୍ଡରୁୁ ଅପରେଟ ହେଉଥିବା ପିପୁଲ୍ସ ଲିବରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PLFI) ନାମକ ଏହି ଉଗ୍ରବାଦୀ ସଂଗଠନ ଦୀର୍ଘ ଦିନ ହେବ ରାଉରକେଲା ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକୁ ରୂପ ଦେଇ ଆସୁଥିଲା । ତେବେ ଚୋରାଚାଲାଣ ଓ ଚାନ୍ଦା ଆଦାୟରେ ସମ୍ପୃକ୍ତ ଥିବା ଏହାର ରିଙ୍ଗ ମାଷ୍ଟର ପୋଲିସ ଠାରୁ ଲୁଚିବା ପାଇଁ ଗତ କିଛି ମାସ ହେବ ଆସାମରେ ଲୁଚି ରହିଥିଲା ।

ମିଳିଥିବା ଇନପୁଟ ସୂଚନା ଆଧାରରେ ପୋଲିସର ଏକ ଟିମ ଆସାମରେ ସେ ଲୁଟିଥିବା ସ୍ଥାନରେ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଠାରୁ ଏକାଧିକ ଅତ୍ୟାଧୁନିକ ମାରଣାସ୍ତ୍ର ସହ ବିପୁଳ ପରିମାଣର ଗୁଳିଗୋଳା ଜବତ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ରାଣା ହେଉଛି PLFI ସୁପ୍ରିମୋ ଦୀନେଶ ଗୋପର ଅନ୍ୟତମ ସହଯୋଗୀ । 2021ରୁ ଏହି ପିଏଲଏଫଆଇ ନିରୋଧୀ ଅଭିଯାନ ଜାରି ରଖିଛି ପୋଲିସ । ଏହି ରାକେଟ ଝାଡଖଣ୍ଡର ସୀମା ଆରପାର୍ଶ୍ୱରୁ କାର୍ଯ୍ୟ କରୁଥିବା PLFI ସଦସ୍ୟଙ୍କୁ ଚାନ୍ଦା ଆଦାୟ କରି ପାଣ୍ଠି ଯୋଗାଇବା କାର୍ଯ୍ୟ କରିଆସୁଥିଲା ।

ଏହି ଗୋଷ୍ଠୀ ମୁଖ୍ୟତଃ ବ୍ୟବସାୟୀ, ବିଲଡର୍ସ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରୁଥିଲା । ଏକାଧିକ ଦାଦାବଟି ସଂଗ୍ରହରେ ମଧ୍ୟ ଏମାନେ ସାମିଲ ଥିଲେ । ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ସେମାନେ ରାଜ୍ୟ ବାହାରେ ଆତ୍ମଗୋପନ କରିଥିଲେ । ପୋଲିସ ମଧ୍ୟ ସେମାନଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ମଧ୍ୟ ଜାଲ ବିଛାଇଥିଲା । ଆଜି ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟକୁ ଗିରଫ କରିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.