ରାଉରକେଲା: ପାଦଚଲା ରାସ୍ତା ପାଇଁ ରେଳ ରୋକ । ଏନେଇ ବୁଧବାର ନିର୍ମାଣଧୀନ ରାଉରକେଲା ଏସଟିଆଇରେ ଫ୍ଲାଏଓଭର ରେଳ ଟ୍ରାକରେ ଯିବା ଆସିବା ରାସ୍ତାକୁ ବନ୍ଦ କରି ଦିଆଯାଇଛି । ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରି ରେଳ ଲାଇନ ଉପରେ ଧାରଣା
ଦେଇଛନ୍ତି ।
ଘଟଣା ବିଷୟରେ ଖବର ପାଇବା ପରେ ରାଉରକେଲା ଷ୍ଟେସନ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାସହ ଲୋକମାନଙ୍କୁ ବୁଝାଇ ସେମାନଙ୍କ ଦାବିକୁ ପ୍ରଶାସନ ପାଖରେ ଉପସ୍ଥାପନ କରିବା ପାଇଁ କହିଥିଲେ । ପରେପରେ ଆନ୍ଦୋଳନକାରୀମାନେ ରେଳରୋକ ବନ୍ଦ କରିବା ସହ ଆନ୍ଦୋଳନରୁ ଓହରିଛନ୍ତି ।
ଆନ୍ଦୋଳକାରୀଙ୍କ କହିବା ଅନୁସାରେ, ଓଭରବ୍ରିଜ ନିର୍ମାଣକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ବ୍ରିଜ ନିର୍ମାଣ ପରେ ଆମକୁ ପାଦେ ରାସ୍ତା ପାଇଁ 5 ମାଇଲ ବାଟ ଚାଲିବାକୁ ପଡୁଛି । ଏହାସହ ଲୋକମାନଙ୍କୁ ନିଜର ଅତ୍ୟାବଶୀୟ ସାମଗ୍ରୀ ପାଇଁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି । ତେଣୁ ଏହାର କିଛି ସ୍ଥାୟୀ ସମାଧାନ କରାଗଲେ ସେମାନଙ୍କ ଅନ୍ୟ କିଛି ସମସ୍ୟା ରହିବ ନାହିଁ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ